ଭଦ୍ରକ/ଯାଜପୁର:ଅନଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲାରେ CBI ଆଜି ଢେଙ୍କାନାଳ ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଚଢ଼ାଉ କରିଛି । ଭଦ୍ରକ ବନ୍ତ ବ୍ଲକ ବିନାୟକପୁର ଗ୍ରାମର ମନୋଜ ଦାସଙ୍କ ଘରେ CBI ଚଢ଼ାଉ କରିଛି ।
ସେହିଭଳି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତର କେଉଟନଗୁଆ ଗାଁରେ ମଧ୍ୟ ଟିମ୍ ଚଢ଼ାଉ କରିଛି । ଗାଁର ଅନାଦି ମାଝୀଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି ।
ଏମାନେ ଅନଲାଇନରେ ଶିଶୁମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରୁଥିବା ଅଭିଯୋଗ ହୋଇଛି । ଦୁହିଁଙ୍କ ଘରେ CBI ଟିମ୍ ଚଢ଼ାଉ ଜାରି ରଖିଛି । ସପେଟ ଢେଙ୍କନାଳରେ ଚଢ଼ାଉ ବେଳେ CBI ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି । କୌଣସିମତେ ସେଠାରୁ CBI ଟିମ୍କୁ ଉଦ୍ଧାର କରାଯାଇଛି । ଏହି ଅଭିଯୋଗ CBI ପକ୍ଷରୁ କୌଣସି ସବିଶେଷ ତଥ୍ୟ ଦିଆଯାଇନାହିଁ ।