ଭଦ୍ରକ: ଜିଲ୍ଲାରେ ଥିବା ୭ଟି ବ୍ଲକରେ ସମସ୍ତ ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ଶେଷ ହୋଇଛି । ଏଠାରେ ଥିବା ମୋଟ ୨୮ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କୌଣସି ଗୋଟିଏ ଆସନରେ ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ପାରିନାହାନ୍ତି । ପ୍ରଥମ ଦିନରୁ ହିଁ ବିଜେଡି ଗଣତିରେ ଟ୍ରେଣ୍ଡରେ ରହିଥିଲା । ସେପଟେ ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଆରମ୍ଭରୁ ପଛରେ ପଡ଼ି ଯାଇଥିଲେ ।
ଚାନ୍ଦବାଲି ବ୍ଲକର 4 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ସ୍ମରଣୀକା ସମଦର୍ଶନୀ ବଳ 5470 ଭୋଟରେ ବିଜୟୀ ହୋଇଛନ୍ତି । ଚାନ୍ଦବାଲି ବ୍ଲକର 5 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ଲେଙ୍କା 6706 ଭୋଟରେ ବିଜୟୀ ହୋଇଛନ୍ତି । ତିହିଡି଼ ବ୍ଲକର 8 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀନୀ ସୁମତି ସେଠୀ 3752 ଭୋଟରେ ବିଜୟୀ ହୋଇଛନ୍ତି । ତିହିଡି଼ ବ୍ଲକର 9 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଅମୂଲ୍ୟ କୁମାର ମାଝୀ 2734 ଭୋଟରେ ବିଜୟୀ ହୋଇଛନ୍ତି । ଧାମନଗର ବ୍ଲକର 12 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଶାରଦା ପ୍ରସନ୍ନ ସାହୁ 4551 ଭୋଟରେ ବିଜୟୀ ହୋଇଛନ୍ତି ।