ଭଦ୍ରକ:ଜିଲ୍ଲାରେପଞ୍ଚାୟତ ନିର୍ବାଚନର ସଫଳତା ପରେ ପୌର ନିର୍ବାଚନ ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିଥିବା ଦେଖିବାକୁ ମିଳିଛି । ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ଥିଲେ ମଧ୍ୟ ନିର୍ବାଚନ ସମୟରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିିଛି । ଏପରି ସ୍ଥିତିରେ ପୌର ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲାର ବହୁ ବିଜେଡି ବିଦ୍ରୋହୀ ଅନ୍ୟ ଦଳକୁ ଯାଇ ପ୍ରାର୍ଥୀ ହୋଇଛନ୍ତି ।
ପଞ୍ଚାୟତ ନିର୍ବାଚନରେ କେତେକ ସ୍ଥାନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀଙ୍କୁ ମାତ୍ ଦେଇ ବାଜିମାତ କରିଥିବା ନଜିର ରହିଛି । ପୌର ନିର୍ବାଚନରେ ମଧ୍ୟ କିଛି ଏଭଳି ସ୍ଥିତି ସୃଷ୍ଟି ହୋଇପାରେ । ଭଦ୍ରକରେ ବିଜେଡିର ମହିଳା ନେତ୍ରୀ ବା ପୌରାଞ୍ଚଳରେ ସାଧାରଣ ସମ୍ପାଦିକାଙ୍କୁ ଟିକେଟ୍ ନମିଳିବାରୁ ସେ କଂଗ୍ରେସ ଦଳରେ ସାମିଲ ହୋଇ ଟିକେଟ୍ ହାସଲ କରିଛନ୍ତି । ଦୀର୍ଘ ବର୍ଷ ଧରି ବିଜେଡିରେ କାମ କରିଥିବାରୁ ତାଙ୍କ ପାଖରେ ଅନେକ କର୍ମୀ ଓ ସଂଗଠକ ଅଛନ୍ତି । ସେ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ବାନ୍ଧିଛନ୍ତି ।