ଭଦ୍ରକ: ପୁରୁଣା ବଜାର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣା । ଜିଲ୍ଲା ମୁଖ୍ୟାଳୟକୁ ଆଇଆଇସିଙ୍କୁ ବଦଳି କରାଯାଇଥିବା ବେଳେ ନିଲମ୍ବିତ ହୋଇଛନ୍ତି ଏଏସଆଇ ଏବଂ କନେଷ୍ଟବଳ । ଏଏସଆଇ ଦିଲ୍ଲୀପ ପାତ୍ର ଏବଂ କନେଷ୍ଟବଳ ରୂପ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ।
ପ୍ରକାଶ ଥାଉକି, ଗତକାଲି (ସୋମବାର) ପୁରୁଣାବଜାର ଥାନା ଅନ୍ତର୍ଗତ ପୁରୁଣାବଜାର ଛକ ନିକଟରେ ଟ୍ରାଫିକ ନିୟନ୍ତ୍ରଣ ସମୟରେ ସ୍ଥାନୀୟ ଜଣେ ଲୁଗା ବ୍ୟବସାୟୀଙ୍କୁ ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ର୍ଦୁବ୍ୟବହାର କରିବା ସହ ତାଙ୍କ ଦୋକାନରେ ଥିବା ଲୁଗା ଗୁଡିକୁ ଫୋପାଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ଉତ୍ତେଜନା ।