ଓଡିଶା

odisha

ETV Bharat / city

ଭଦ୍ରକରେ ଧୁମଧାମରେ ପାଳନ ହେଲା ରାମନବମୀ, ଜୟ ଶ୍ରୀରାମରେ କମ୍ପିଲା ପରିବେଶ - ପବିତ୍ର ରାମନବମୀ

ପବିତ୍ର ରାମନବମୀରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ପାଳନ କରାଯାଇଥାଏ । ଏହି ଅବସରରେ ଭଦ୍ରକରେ ମଧ୍ୟ ରାମ ନବମୀ ଧୁମଧାମରେ ପାଳିତ ହୋଇଛି । ଅଧିକ ପଢନ୍ତୁ

ପବିତ୍ର ରାମନବମୀ: ଭଦ୍ରକରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳିତ
ପବିତ୍ର ରାମନବମୀ: ଭଦ୍ରକରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳିତ

By

Published : Apr 11, 2022, 8:52 AM IST

ଭଦ୍ରକ:ପବିତ୍ର ରାମନବମୀରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ପାଳନ କରାଯାଇଥାଏ । ଏହି ଅବସରରେ ଭଦ୍ରକରେ ମଧ୍ୟ ରାମ ନବମୀ ଧୁମଧାମରେ ପାଳିତ ହେଉଛି । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଗତକାଲି ଉଦଜାପିତ ହୋଇଛି। ଏହି ଅବସରରେ ଗତକାଲି ବିଶାଳ ନଗର ସଙ୍କୀର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରିବା ସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦୀର୍ଘ ବର୍ଷ ଧରି ପାଳନ କରାଯାଉଥିବା ରାମନବମୀ ପୂଜା ଉତ୍ସବ ଭଦ୍ରକରେ ଏକ ଗଣପର୍ବରେ ପରିଣତ ହୋଇଛି । ଆବାଳ ବୃଦ୍ଧବନିତା ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବକୁ ପାଳନ କରିଛନ୍ତି । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ପ୍ରଥମେ ମହିଳାମାନେ ସାଳନ୍ଦୀ ନଦୀରୁ ଜଳ ଆଣି ଗାନ୍ଧୀ ପଡିଆରେ ଘଟ ସ୍ଥାପନ କରନ୍ତି ।

ପବିତ୍ର ରାମନବମୀ: ଭଦ୍ରକରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳିତ

ରାମନବମୀ ଦିନ ଏହା ପୂର୍ଣ୍ଣାହୁତି ହୁଏ । ଏହାପରେ ଆରମ୍ଭ ହୁଏ ନଗର ସଙ୍କୀର୍ତ୍ତନ ମହାଯାତ୍ରା । ଏହି କ୍ରମରେ ନେହେରୁ ଷ୍ଟାଡିୟମରୁ ଏହି ନଗର ସଙ୍କୀର୍ତ୍ତନ ହୋଇଥିଲା । ବିଭିନ୍ନ ସ୍ଥାନରୁ 100 ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା କରିବା ସହ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ଭାଇଚାରାର ମାହୋଲ ସୃଷ୍ଟି କରିଥାଏ ।

ଭଦ୍ରକ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 3 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 10 ଜଣ ଡିଏସପି, 125 ଜଣ ଏସ ଆଇ ଏବଂ ଏଏସଆଇ, 40 ପ୍ଲାଟୁନ ପୋଲିସ ଫୋର୍ସ, ଓଏସଏଏଫ୍‌, ଓଏସଏପି, ରାପିଡ ଆକ୍ସନ ଫୋର୍ସ ସହ 200ରୁ ଉର୍ଦ୍ଧ୍ବ ହୋମଗାର୍ଡ ଏବଂ କନଷ୍ଟେବଳ ଆଇନ ଶୃଙ୍ଖଳା ଦାଇତ୍ୱରେ ନିୟୋଜିତ ହୋଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details