ଭଦ୍ରକ: ଚିନ୍ତା ବଢାଉଛି ମହାମାରୀ କୋରୋନା ସଂକ୍ରମଣ । ଏପରିସ୍ଥିତିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟକୁ 14 ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ପୌରପାଳିକାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।
ସୂଚନା ଅନୁଯାୟୀ ଗୁରୁବାର ଠୁ ଆସନ୍ତା ଜୁଲାଇ 29 ଯାଏଁ ବନ୍ଦ ରହିବ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ । ଏନେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ପୌରାପାଳିକା କର୍ମଚାରୀଙ୍କୁ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ପୂର୍ଣ୍ଣ ପୌରପାଳିକା କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ଜଣାପଡିଛି ।