ଓଡିଶା

odisha

ETV Bharat / city

ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ - baitarani River

ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଲୋକେ ସମସ୍ୟା ଘେରରେ ରହିଥିବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ...

ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ
ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ

By

Published : Sep 17, 2021, 9:18 PM IST

ଭଦ୍ରକ:ଧିରେ ଧିରେ କମିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ଅପରାହ୍ନ ସୁଦ୍ଧା 17.93 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଗତକାଲି ଜଳସ୍ତର ବୃଦ୍ଧି ପାଇ 18.45 ମିଟର ପର୍ଯ୍ଯନ୍ତ ଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜଳସ୍ତର ହ୍ରାସ ପାଇବା ଯୋଗୁଁ କଣ୍ଟିଘାଇ ଏସକେପ ଦେଇ ବନ୍ୟାଜଳ ନିଷ୍କାସନ ବନ୍ଦ ହୋଇଯାଇଛି। ତେବେ ଗୌରାଙ୍ଗପୁର ଓ ମଲ୍ଲୀ ମାହାରା ଏସକେପ ଦେଇ ବନ୍ୟାଜଳ କିଛି ମାତ୍ରାରେ ନିଷ୍କାସନ ହେଉଛି ।

ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ

ଯାହାକି ଅଳ୍ପ ସମୟ ମଧ୍ୟରେ ବନ୍ଦ ହୋଇଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ଏହି ବନ୍ୟା ଜଳ ପ୍ରବେଶ ଯୋଗୁ ଭଣ୍ଡାରିପୋଖରୀ ବ୍ଲକର 4 ଟି ପଞ୍ଚାୟତ, ଧାମନଗର ବ୍ଲକର 3ଟି ପଞ୍ଚାୟତ ଓ ତିହିଡି ବ୍ଲକର 2ଟି ପଞ୍ଚାୟତ ରେ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି ।

ଫଳରେ ବିଭିନ୍ନ ସମସ୍ଯାର ସମ୍ମୁଖୀନ କରୁଛନ୍ତି ଅଞ୍ଚଳବାସୀ । ତେବେ ଏନେଇ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିବା ସହ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ବିଶେଷ କ୍ଷୟକ୍ଷତି ହେବନାହିଁ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details