ଭଦ୍ରକ:ଦୀର୍ଘ ଦିନ ପରେ ମହାଦେବଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲେ ଭକ୍ତ । ମହାମାରୀ କୋରୋନା ଭୟ ଭୟତାକୁ ଦୃଷ୍ଟିରେ ରଖି ଦୀର୍ଘ 4 ମାସ ହେବ ବନ୍ଦ ରହିଥିଲା ଜିଲ୍ଲାର ପ୍ରସିଦ୍ଧ ଆରଡି ପୀଠ । ଖାଲି ଯେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ନୁହଁ ଏହା ସହିତ ଜିଲ୍ଲାରେ ଥିବା ବିଭିନ୍ନ ମନ୍ଦିର ବନ୍ଦ ରହିଥିଲା। ହେଲେ ଏବେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
ତେବେ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଶ୍ରାବଣ ଜଳାଭିଷେକ ନୀତି ରହିଥିବାରୁ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା । ହେଲେ ଆଜି (ସୋମବାର) ଠାରୁ ମନ୍ଦିର ଖୋଲିବା ନେଇ ଅନୁମତି ମିଳିଛି। ଏଥିପାଇଁ ଜାରି ହୋଇଛି ସ୍ବତନ୍ତ୍ର ଏସଓପି । ସେପଟେ ଜିଲ୍ଲାରେ ଥିବା ପ୍ରସିଦ୍ଧ ମା ଭଦ୍ରକାଳୀଙ୍କ ମନ୍ଦିର ମଧ୍ୟ କୋଭିଡ କଟକଣା ମଧ୍ୟରେ ଖୋଲିଛି ।
ଭକ୍ତମାନେ ସ୍ବତନ୍ତ୍ର ବ୍ୟାରିକେଡ ଦେଇ କେବଳ ବାବାଙ୍କୁ ଦର୍ଶନ କରିବେ। ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ କୌଣସି ପୂଜା ସାମଗ୍ରୀ, ଭୋଗ, ଫୁଲ ଆଦି ନନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସୂଚନା ଦିଆଯାଛି।