ଭଦ୍ରକ: ସହରରେ ପୁଣି ଲୁଟେରାଙ୍କ ଆତଙ୍କରାଜ । ଖୋଲା ଖୋଲି ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ନିକଟସ୍ଥ ଏକ ସୁନା ଦୋକାନର ମାଲିକଙ୍କ ଠାରୁ 25 ଲକ୍ଷର ସୁନା ରୁପା ଲୁଟ୍ ହୋଇଥିବା ଅଭିଯୋଗ ।
ଦୋକାନ ବନ୍ଦ କରି ସଟର ଚାବି ପକାଇବା ସମୟରେ ସୁନା ଦୋକାନୀଙ୍କ ଠାରୁ ଲୁଟେରାମାନେ ସୁନା ବ୍ୟାଗ ନେଇଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର 500 ମିଟର ଦୂରରେ ଥିବା କୋଲକତା ଜୁଏଲର୍ସ ଦୋକାନୀଙ୍କ ଠୁ ଲୁଟ ହୋଇଛି । ଦୋକାନ ମାଲିକ ଗୋବିନ୍ଦ ସାହୁ ଦୋକାନ ବନ୍ଦ କରି ସୁନା ଗହଣା ଓ ରୁପାକୁ ଏକ ବ୍ୟାଗରେ ଭର୍ତ୍ତି କରି ଘରକୁ ନେବାକୁ ବାହାରିଥିଲେ । ବ୍ୟାଗକୁ ତଳେ ରଖି ଦୋକାନର ତାଲା ବନ୍ଦ କରୁଥିବା ସମୟରେ ଜଣେ ଲୁଟେରା ଦୁଇଟି ବ୍ୟାଗକୁ ଝାମ୍ପି ନେଇଛି ।