ଓଡିଶା

odisha

ETV Bharat / city

ବିଜେଡିରେ ସାମିଲ ହେଲେ ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା - Devendra Joined the BJD

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା। 2019 ସାଧାରଣ ନିର୍ବାଚନ ସମୟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଦେବେନ୍ଦ୍ର। ଅଧିକ ପଢ଼ନ୍ତୁ...

ବିଜେଡିରେ ସାମିଲ ହେଲେ ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା
ବିଜେଡିରେ ସାମିଲ ହେଲେ ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା

By

Published : Nov 17, 2020, 7:38 PM IST

ଭଦ୍ରକ:ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା। 2019 ସାଧାରଣ ନିର୍ବାଚନ ସମୟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଦେବେନ୍ଦ୍ର। ଆଜି(ମଙ୍ଗଳବାର) ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦେବେନ୍ଦ୍ର କୁମାର ଜେନା ପୁଣି ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିରେ ସାମିଲ ହେଲେ ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା

2019 ସାଧାରଣ ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠିଙ୍କୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକଟ ଦେଇନଥିଲା ବିଜେଡି। ଏହି ଆସନରୁ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦ କରି ଅଭିମନ୍ୟୁ ସେଠିଙ୍କ ସହ ବନ୍ତ ବ୍ଲକ ଚେୟାରମ୍ୟାନ ଦେବେନ୍ଦ୍ର ଜେନା ଓ ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଅଭିମନ୍ୟୁ ସେଠି ବିଜେପି ପକ୍ଷରୁ ଭଦ୍ରକ ଲୋକସଭା ଆସନ ପାଇଁ ଲଢ଼ି ମଞ୍ଜୁଲତାଙ୍କଠାରୁ ହାରିଥିଲେ। ତେବେ ବିଜେପିର କାର୍ଯ୍ୟକଳାପରେ ସନ୍ତୁଷ୍ଟ ନଥିବାରୁ ଦେବେନ୍ଦ୍ର ପୁଣି ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଏହା ଦେବେନ୍ଦ୍ରଙ୍କ ଘର ବାହୁଡା ବୋଲି ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ କହିଛନ୍ତି।

ଦେବେନ୍ଦ୍ରଙ୍କ ପାଇଁ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ବିଜେଡି ରାଜ୍ଯ ସମ୍ପାଦକ ପ୍ରୟାସ କାନ୍ତି ସାମଲଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details