ଓଡିଶା

odisha

ETV Bharat / city

ଆଜି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଆଖଣ୍ଡଳମଣି ପୀଠ, ଦିନକ ପୂର୍ବରୁ ପୋଖରୀରେ ପ୍ରାଣ ହରାଇଥିଲା ଶିଶୁ - ଆଜି ଦର୍ଶନ ବନ୍ଦ

ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଦୁଇ ନାବାଳକ ସୋଲ ଡଙ୍ଗା ଭସାଉଥିବାବେଳେ ବୁଡିଯାଇଥିଲେ । ଯାହାକୁ ନେଇ ସୋମବାର ଦିନତମାମ ପୀଠରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି(ମଙ୍ଗଳବାର) ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ଅଧିକ ପଢନ୍ତୁ

ଆଜି ପୀଠ ସମେତ ଭକ୍ତଙ୍କୁ ଦର୍ଶନ ବନ୍ଦ
ଆଜି ପୀଠ ସମେତ ଭକ୍ତଙ୍କୁ ଦର୍ଶନ ବନ୍ଦ

By

Published : Nov 23, 2021, 8:24 AM IST

ଭଦ୍ରକ: ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଦୁଇ ନାବାଳକ ସୋଲ ଡଙ୍ଗା ଭସାଉଥିବାବେଳେ ବୁଡିଯାଇଥିଲେ। ଜଣେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସୋମବାର ଦିନତମାମ ପୀଠରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ସହ କ୍ଷେତ୍ର ପରିଦର୍ଶନ ପାଇଁ ଆସିଥିବା ଚାନ୍ଦବାଲି ତଦସିଲଦାରଙ୍କୁ ଘେରିଥିଲେ । ଆଜି(ମଙ୍ଗଳବାର) ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିଛି ।

ଆଜି ପୀଠ ସମେତ ଭକ୍ତଙ୍କୁ ଦର୍ଶନ ବନ୍ଦ

ଘଟଣା ପରେ ଚାନ୍ଦବାଲି ତଦସିଲଦାର ସୁଶାନ୍ତ ସୁତାର ଓ ମନ୍ଦିର ପରିଚାଳତ ବିଦ୍ୟାଧର ପଲାଇଙ୍କୁ ମୃତକ ପରିବାରକୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି । ଏହା ସହିତ ପୁଷ୍କରିଣୀର ଅବଶିଷ୍ଟ ସ୍ଥାନର ସ୍ଥାୟୀ ମରାମତି, ଶିବଗଙ୍ଗାରେ ଶୌଚ ଓ ପାଦ ପ୍ରଖାଳନ ପାଇଁ ଅଧିକ ଘାଟ ନିର୍ମାଣ, ପରିସ୍ରାଗାର ନିର୍ମାଣ, ଆରଡି ସ୍ବାାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ 24 ଘଣ୍ଟିଆ ଡାକ୍ତର ନିଯୁକ୍ତି ଆଦି ବାବଦରେ ଜଣାଇବା ସହ ବହୁ ସେବାୟତ ଘେରାଉ କରିବା ସହ ହୋହାଲା କରିଥିଲେ।

ସଂନ୍ଧ୍ୟାରେ ନାବାଳକ ସାଇର ଅମର ଆତ୍ମାର ସଦଗତି ନିମନ୍ତେ ପୀଠର ଜନସାଧାରଣ ଓ ସେବାୟତ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହ ନିରବ ପାର୍ଥନା କରିଥିଲେ। ପରେ ଆରଡି ଫାଣ୍ଡିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜି(ମଙ୍ଗଳବାର) ପୀଠକୁ ବନ୍ଦ ରଖିବା ସହ ଆଗନ୍ତୁକ ଭକ୍ତମାନଙ୍କର ଦର୍ଶନ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ସେବାୟତ ନିଷ୍ପତ୍ତି ହୋଇଥିବା ଚନ୍ଦ୍ରକାନ୍ତ ପାଢୀ ଆର୍ତ୍ତବନ୍ଧୁ ପାଢୀ ସୂଚନା ଦେଇଛନ୍ତି । ଏନେଇ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details