ଓଡିଶା

odisha

ETV Bharat / city

ଖାତାଧାରୀଙ୍କ ଅଜାଣତରେ ଜମା ଖାତାରୁ ଟଙ୍କା ହଡପ ଅଭିଯୋଗ - ଭଦ୍ରକ

ଖାତାଧାରୀଙ୍କ ଅଜାଣତରେ ଜମା ଖାତାରୁ ଟଙ୍କା ହଡପ ଅଭିଯୋଗ । ଅସାଧୁ ଗ୍ରାହକ ସେବା କେନ୍ଦ୍ର ମାନେ ଖାତାଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଠକିବାରେ ଲାଗିଛନ୍ତି । ଏହିପରି ଏକ ଅଭିଯୋଗ ବାସୁଦେବପୁର ଥାନାରେ ହୋଇଛି ।

ଖାତାଧାରୀଙ୍କ ଅଜାଣତରେ ଜମା ଖାତାରୁ ଟଙ୍କା ହଡପ ଅଭିଯୋଗ
ଖାତାଧାରୀଙ୍କ ଅଜାଣତରେ ଜମା ଖାତାରୁ ଟଙ୍କା ହଡପ ଅଭିଯୋଗ

By

Published : Aug 5, 2020, 10:36 PM IST

ଭଦ୍ରକ: ବ୍ୟାଙ୍କ ଜମା ଖାତାଧାରୀଙ୍କ ଅଜାଣତରେ ଜମା ଖାତାରୁ ଟଙ୍କା ହଡପ । ଭାରତ ସରକାର ବ୍ୟାଙ୍କ ସୁବିଧା ସମସ୍ତ ଜନସାଧାରଣ ମାନଙ୍କୁ ଯୋଗାଇ ଦେବା ପାଇଁ ଗ୍ରାହକ ସେବା କେନ୍ଦ୍ରର ବ୍ୟବସ୍ଥା କରିଥିଲେ । ହେଲେ କିଛି ଅସାଧୁ ଗ୍ରାହକ ସେବା କେନ୍ଦ୍ର ଖାତାଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଠକିବାରେ ଲାଗିଛନ୍ତି । ଏହିପରି ଏକ ଅଭିଯୋଗ ବାସୁଦେବପୁର ଥାନାରେ ହୋଇଛି।

ଖାତାଧାରୀଙ୍କ ଅଜାଣତରେ ଜମା ଖାତାରୁ ଟଙ୍କା ହଡପ ଅଭିଯୋଗ

ଖବର ଅନୁଯାୟୀ ବାସୁଦେବପୁର ଥାନା ଅଧିନସ୍ଥ ନୂଆଗାଁ ପଞ୍ଚାୟତର ରେବତୀ ମହାପାତ୍ର ସ୍ଥାନୀୟ ଇରମ ବଜାର ଠାରେ ଥିବା ଗ୍ରାହକ ସେବା କେନ୍ଦ୍ରରେ ତାଙ୍କର ଟଙ୍କା ଉଠାଣ କରନ୍ତି । ତାହାର ସୁଯୋଗ ନେଇ ଗ୍ରାହକ ସେବା କେନ୍ଦ୍ରରେ ରେବତୀଙ୍କ ଅଜାଣତରେ ଖାତାରୁ ଟଙ୍କା ଉଠାଯାଇଥିବା ନେଇ ରେବତୀ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି ।

ହେଲେ ଏନେଇ ସମ୍ପୃକ୍ତ ଗ୍ରାହକ ସେବା କେନ୍ଦ୍ର କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ତେବେ ତୁରନ୍ତ ଏହି ବିଷୟରେ ତଦନ୍ତ କରି ନ୍ୟାୟ ଦାବି କରିଛନ୍ତି ରେବତୀଙ୍କ ପରିବାର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details