ଭଦ୍ରକ: ରାସ୍ତା ଜବର ଦଖଲକୁ କେନ୍ଦ୍ରକରି ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ମହିଳା ଗିରଫ । ଭଦ୍ରକ ଜିଲ୍ଲା ଗଣ୍ଡପଡା-ଗଣେଶ୍ବରପୁର ଅଞ୍ଚଳରେ । ତେବେ ଏହି ଗ୍ରାମ୍ୟ ରାସ୍ତା ଜବରଦଖଲ ଘଟଣାକୁ କେନ୍ଦ୍ରକରି ଜବରଦଖଲକାରୀ ଆରଆଇ କେଶବ ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଘଟଣାରେ 5 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୨ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଉ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଥିବା ନେଇ ପୋଲିସ ସୂଚନା ମିଳିଛି ।
ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାଜଳ ନିଷ୍କାସନରେ ବାଧକ ସାଜିଥିବା ଜବର ଦଖଲକାରୀଙ୍କ ବିରୋଧରେ କେଶବ ସେନାପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ନଦେଇ ଦୋଳସାହିର ରାଜସ୍ବ ନିରୀକ୍ଷକ(RI) ଅଭିଯୋଗକାରୀ କେଶବ ସେନାପତିଙ୍କୁ ବିବାଦୀୟ ସ୍ଥାନକୁ ଡକାଇ ତଦନ୍ତ କରୁଥିବା ବେଳେ ନୃସିଂହ ବେହେରା, ଚକ୍ରଧର ବେହେରା, ଶୁକଦେବ କର, ପାର୍ବତୀ ବେହେରା ଓ ଲକ୍ଷ୍ମୀ ବେହେରା ପ୍ରମୁଖ ମିଳିତ ଭାବେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ସୂଚନାନୁସାରେ ଏହି ଆକ୍ରମଣରେ କେଶବଙ୍କର ବାମ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତେବେ କେଶବଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅପରାହ୍ନରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
ତେବେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ସହିତ ସଂପୃକ୍ତା ରାଜସ୍ବ ନିରୀକ୍ଷକଙ୍କ (RI)ବିରୋଧରେ ଆଇନ୍ଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏନେଇ କେଶବଙ୍କ ପୁଅ ଅଂଶୁମାନ ସେନାପତିଙ୍କ ଏତଲା କ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ସଙ୍ଗୀନ ଦଫାରେ 2 ଜଣ ମହିଳା ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୁଲିସ ।