ଓଡିଶା

odisha

By

Published : May 15, 2022, 11:22 AM IST

ETV Bharat / city

ଗଞ୍ଜାମ SP ଅଫିସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ମୃତ୍ୟୁ । ଅଧିକ ପଢନ୍ତୁ

ଗଞ୍ଜାମରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ
ଗଞ୍ଜାମରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ

ବ୍ରହ୍ମପୁର: ଆତ୍ମାହୁତି ଉଦ୍ୟମ ପରେ, ପ୍ରାଣ ହରାଇଲେ ଯୁବକ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବୋରିଗାଁ ଅଞ୍ଚଳର ବାଦଲ ସାହୁ । ଗତକାଲି ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆବସ୍ଥା ସଙ୍କଟାପର୍ଣ୍ଣ ହେବାପରୁ ପରେ ରାଜଧାନୀର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଗଞ୍ଜାମ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଗ୍ରାମରେ ଯୁବକ ଜଣଙ୍କୁ ଏକ ଘରକିଆ କରାଯାଇଥିବା ଯୋଗୁଁ ଏହାକୁ ନେଇ ସେ ଚିନ୍ତାରେ ଥିଲେ ବୋଲି ଯୁବକଙ୍କ ଭାଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ SP । ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବାଦଲ ଏକ ପେଟ୍ରୋଲ ବଟଲ ସାଙ୍ଗରେ ଆଣି ହଠାତ୍ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶରୀରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୋଲିସ କର୍ମଚାରୀ ମାନେ ନିଆଁ ଲିଭାଇ ଉଦ୍ଧାର କରିବା ପରେ ପ୍ରଥମେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details