ଓଡିଶା

odisha

ETV Bharat / city

ବିଚ୍‌ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଭିଡିଓ - Youth attacked by group of people

ବ୍ରହ୍ମପୁର ସହରର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ବିଚ୍‌ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ । ଏହି ଆକ୍ରମଣ ପରେ ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜ କରିବା ସହ ମୋଟ ୧୩ ଜଣଙ୍କ ନାମରେ ଏତଲା ରୁଜ କରିଛି ।

ଡିଜାଇନ ଫଟୋ

By

Published : Aug 25, 2019, 9:42 AM IST

ବ୍ରହ୍ମପୁର: ଦେଖନ୍ତୁ ଏହି ଭିଡିଓଟିକୁ । ବ୍ରହ୍ମପୁର ସହରର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ଛକ ଠାରେ ସଂଘଟିତ ଆକ୍ରମଣ ସମୟର ଭିଡିଓ । କିଭଳି ସ୍ପଷ୍ଟ ଦିବାଲୋକରେ ଚାଲିଛି ଆତଙ୍କରାଜ । ଜନଗହଳି ପୂର୍ଣ୍ଣ ଛକରେ ଗୁଣ୍ଡାଙ୍କ ଗୁଣ୍ଡାମୀର ଭିଡିଓ । ହାତରେ ଲୁହା ରଡ, ଖାତିର ନାହଁ କି ପୋଲିସକୁ ଭୟ ନାହିଁ । କିଛି ଯୁବକ ବିଚ୍‌ ବଜାରରେ ଜଣେ ଯୁବକଙ୍କୁ ମରଣାନ୍ତ ଆକ୍ରମଣ କରୁଛନ୍ତି । ଗୋଡେଇ ଗୋଡେଇ କଲର ଧରି ଘୋଷାଡ଼ି ଆଣି ନିର୍ଘାତ ମାଡ ମାରିବା ସହ ଗାଳିଗୁଲଜ କରୁଛନ୍ତି ବିଚ୍‌ ବଜାରରେ। ଲୋକେ ଦେଖଣାହାରୀ ପାଲଟିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁସାରେ ଦୁଇ ଦିନ ତଳେ ଅର୍ଥାତ ୨୩ ତାରିଖ ସନ୍ଧ୍ୟା ସମୟରେ ଗୋଟିଏ ଗୋଷ୍ଠୀର କିଛି ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାର ଅଭିଯୋଗ ହୋଇଥିଲା । ଆକ୍ରମଣ ସମୟର ଭିଡିଓକୁ କେହି ନିଜ ମୋବାଇଲରେ କଏଦ କରିଥିଲେ । ଏହି ଭିଡିଓରେ କିଛି ଯୁବକ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ମରଣାନ୍ତ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି ।

ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯିବାର ଏହି ଭିଡିଓ ଭାଇରାଲ ହେଉଛି । ପୋଲିସ ନାକ ତଳେ ବାରମ୍ବାର ସହରରେ ଆତଙ୍କରାଜ ଘଟଣାକୁ ନେଇ ଅଞ୍ଚଳବାସୀ ଆତଙ୍କିତ । ଅନ୍ୟପଟେ ଏହି ଆକ୍ରମଣ ପରେ ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜ କରିବା ସହ ମୋଟ ୧୩ ଜଣଙ୍କ ନାମରେ ଏତଲା ରୁଜ କରିଛି । ଏଥିସହ ଏହି ଘଟଣାରେ ସମ୍ପୂକ୍ତି ନେଇ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details