ବ୍ରହ୍ମପୁର: ଝରଣା ପାଣିରେ ଭାସିଯାଇ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତଲ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ପୋଲ ନିର୍ମାଣ ନ ହେବାରୁ ଏପରି ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।
ମୃତକ ଜଣକ ହେଲେ ୨୭ ବର୍ଷୀୟ ସୋମନାଥ ରଇତ । ଗତକାଲି(ବୁଧବାର) ବୁରାତଲ ଅଞ୍ଚଳରେ ସାପ୍ତାହିକ ହାଟ ଥିବା ଯୋଗୁଁ ସେ କିଛି କିଣିବାକୁ ଆସି ଫେରୁଥିବାବେଳେ ଝରଣା ପାଣିରେ ଗୋଡ଼ ଖସିଯିବାରୁ ନିଖୋଜ ହୋଇଯାଇଥିଲେ । ଗ୍ରାମବାସୀ ଅନେକ ଖୋଜାଖୋଜି କରିବା ପରେ ଆଜି(ଗୁରୁବାର) ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।