ଓଡିଶା

odisha

ETV Bharat / city

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ; ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି - ଗୁରୁତର ଯୁବକ

ବୁଧବାର ବିଳମ୍ବିତ ରାତିରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ଖଣ୍ଡାରେ ଆକ୍ରମଣ କରାଯାଇଥିବା ବେଳେ ଯୁବକ ଜଣଙ୍କର ଦୁଇ ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ | ଆଗକୁ ପଢନ୍ତୁ...

brahmapur
brahmapur

By

Published : Feb 6, 2020, 2:18 AM IST

ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଟଣା କାଳୀମନ୍ଦିର ନିକଟରେ ।

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ; ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି

ସଂଘବଦ୍ଧ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ପ୍ରଭାତ ଭୋଳ । ବୁଧବାର ବିଳମ୍ବିତ ରାତିରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ଖଣ୍ଡାରେ ଆକ୍ରମଣ କରାଯାଇଥିବା ବେଳେ ଯୁବକ ଜଣଙ୍କର ଦୁଇ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି |

ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ଏବଂ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି | ଖବର ପାଇ ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details