ବ୍ରହ୍ମପୁର: ଆଜି ଆନ୍ତର୍ଜାତିକ ଯୋଗ ଦିବସ । ତେଣୁ ଏନେଇ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଯୋଗ ଦିବସକୁ ମହାସମାରୋହରେ ପାଳନ କରାଯାଉଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଠାରୁ ଆରମ୍ଭ କରି ସହରର ପତଞ୍ଜଳୀ ଯୋଗ ସମିତି, ଗଞ୍ଜାମ ଓକିଲ ସଂଘ ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ଯୋଗ ଦିବସକୁ ବିଭିନ୍ନ ସ୍ଥାନରେ ଆୟୋଜିତ କରାଯାଇଛି ।
ଅନ୍ୟପଟେ ସହରର ନୀଳକଣ୍ଠେଶ୍ବର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସହରର ସ୍କୁଲ ଓ କଲେଜର ଗୁଡିକରେ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀମାନଙ୍କୁ ନେଇ ଯୋଗାଭ୍ୟାସ ସହ କେଉଁ ଯୋଗ କଲେ କ’ଣ ଉପକାର ମିଳିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।