ଓଡିଶା

odisha

ETV Bharat / city

ବ୍ରହ୍ମପୁରରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ - ଜଳାନ୍ତକ ରୋଗ

ବ୍ରହ୍ମପୁର ସହରରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଛି । ସହରର ପଶୁ ଚିକିତ୍ସାଳୟ ପରିସରରେ ଇଣ୍ଡିଆନ୍ ଇମୁନୋଲଜିକାଲ୍ ଲିମିଟେଡ ପକ୍ଷରୁ ଏହାକୁ ଆୟୋଜିତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଯୁଗ୍ମ ନିର୍ଦ୍ଦେଶକ ଡ଼ା ରଜତ ନନ୍ଦ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି।

ବିଶ୍ୱ ଜଳାନ୍ତକ ଦିବସ ପାଳିତ
ବିଶ୍ୱ ଜଳାନ୍ତକ ଦିବସ ପାଳିତ

By

Published : Sep 29, 2020, 6:50 AM IST

ବ୍ରହ୍ମପୁର: ସହରରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଛି । ସହରର ପଶୁ ଚିକିତ୍ସାଳୟ ପରିସରରେ ଇଣ୍ଡିଆନ୍ ଇମୁନୋଲଜିକାଲ୍ ଲିମିଟେଡ ପକ୍ଷରୁ ଏହାକୁ ଆୟୋଜିତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଯୁଗ୍ମ ନିର୍ଦ୍ଦେଶକ ଡ଼ା ରଜତ ନନ୍ଦ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି।

ବିଶ୍ୱ ଜଳାନ୍ତକ ଦିବସ ପାଳିତ

ଅନ୍ୟ ମାନଙ୍କ ମଧ୍ୟରେ ଡ଼ା କିରଣ କୁମାର ବିଶୋୟୀ, ଡ଼ା ସୌମିକ ସ୍ୱାଇଁ , ଡ଼ା ରବୀନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟ ଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁ ଜନିତ ସଂକ୍ରାମକ ରୋଗ। ପଶୁ ମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ କୋଡ଼ିଏ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି।

ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ ଓ ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ୱାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାତଙ୍କ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତାଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ।

ଆମ ଦେଶରେ ଜଳାତଙ୍କ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ୱାରା ହୋଇଥାଏ । ଜଳାନ୍ତକ ରୋଗର ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ବେଳେ ବିଶ୍ୱ ଜଳାନ୍ତକ ଦିବସ ରୁପେ ପାଳନ କରାଯାଇଥାଏ।

ପ୍ରାୟ ୮୦ରୁ ଉର୍ଦ୍ଧ କୁକୁର ମାନଙ୍କୁ ଜଳାନ୍ତକ ପ୍ରତିଷୋଧକ ଇଞ୍ଜେକ୍ସନ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ପଶୁ ଚିକିତ୍ସାଳୟର କର୍ମଚାରୀ ଯଥା କଂଗ୍ରେସ ସାହୁ, ପାଣ୍ଡବ ବେହେରା, ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ହରିଶ୍ଚନ୍ଦ୍ର ନାହକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାସହ ରୋଗର ସଚେତନତା ଓ ଭୟାବହତା ଉପରେ ଅବଗତି କରାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details