ଓଡିଶା

odisha

ନଦୀରେ ଭାସିଯାଇ ଦିବ୍ୟାଙ୍ଗ ମହିଳା ନିଖୋଜ, ମିଳୁନି ପତ୍ତା

By

Published : Sep 8, 2021, 9:41 AM IST

ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଘୋଡାହଡ ନଦୀରେ ଜଣେ ଦିବ୍ୟାଙ୍ଗ ମହିଳା ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଛନ୍ତି । ମହିଳାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ନଦୀରେ ଭାସିଯାଇ ମହିଳା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ନଦୀରେ ଭାସିଯାଇ ମହିଳା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବ୍ରହ୍ମପୁର: ନଦୀରେ ଭାସିଯାଇ ଜଣେ ଦିବ୍ୟାଙ୍ଗ ମହିଳା ନିଖୋଜ । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ପୁରୁଣା ମୌଳାଭଞ୍ଜା ଗାଁ ନିକଟସ୍ଥ ଘୋଡାହଡ ନଦୀରେ ଜଣେ ଦିବ୍ୟାଙ୍ଗ ମହିଳା ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଛନ୍ତି । ମହିଳାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ନଦୀରେ ଭାସିଯାଇ ମହିଳା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଅନୁସାରେ, ଦିବ୍ୟାଙ୍ଗ ରୀତି ପ୍ରତିଦିନ ପରି ନିକଟସ୍ଥ ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୁଇଦିନ ଧରି ଲଘୁଚାପ ବର୍ଷା ପ୍ରଭାବରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଦୀର୍ଘ ସମୟ ହେବ ଘରକୁ ନଫେରିବାରୁ ପରିବାର ଖୋଜା ଖୋଜି କରିଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦଳବେହେରା ନିକଟସ୍ଥ ସାନଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ସୁଶାନ୍ତ କୁମାର ମହାପାତ୍ର ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ କର୍ମଚାରୀ ମାନେ ଲାଇଫ ଜାକେଟ ପରିଧାନ କରି ପାୱାର ବୋଟ୍ ସହାୟତାରେ ଦୀର୍ଘ ସମୟ ଧରି ନଦୀର ୭ କିମି ପର୍ଯ୍ୟନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ମହିଳାଙ୍କ ପତ୍ତା ମିଳିପାରିନଥିଲା । ପୁଣି ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ରୀତା ଛତ୍ରପୁର ଗ୍ରାମରେ ବିବାହ କରିଥିଲେ । ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ପରେ ରୀତା ମାଆ ଘର ମୌଳାଭଞ୍ଜାରେ ରହୁଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details