ବ୍ରହ୍ମପୁର:ପାରିବାରିକ କଳହର କରୁଣ ପରିଣତି । ଶେଷରେ ଆଖିବୁଜିଲେ ଥାନା ଆଗରେ ବିଷ ପିଇଥିବା ମହିଳା । ଗତକାଲି(ଶୁକ୍ରବାର)ରାତିରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଆଗରେ ବିଷ ପିଇଥିଲେ ମହିଳା । ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ନାୟକଙ୍କ ସ୍ତ୍ରୀ ଟୁକୁନି ଦାଶ ।
ସୂଚନା ଅନୁସାରେ, ମୃତ ଟିକିନା ଓ ତାଙ୍କ ସ୍ୱାମୀ ସୁକାନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିଭିନ୍ନ ବିଷୟକୁ ନେଇ ବଚସା ଲାଗିରହିଥିଲା । ଏହାକୁ ନେଇ ମହିଳା ଜଣଙ୍କ ଅନେକ ଥର ଥାନାର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଗତକାଲି(ଶୁକ୍ରବାର)ଚରମ ପନ୍ଥା ଆପଣେଇ ଟିକିନା ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଥାନାର ମହିଳା କର୍ମଚାରୀ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସୁଦ୍ଧା ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି ।