ଓଡିଶା

odisha

ETV Bharat / city

କୋରୋନା ସଚେତନତା ନେଇ ବ୍ରହ୍ମପୁରରେ ଆଗେଇ ଆସିଲେ ମହିଳା ସଙ୍ଗଠନ - କୋରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରରେ ୱାନ୍ ଷ୍ଟପ୍ ସେଣ୍ଟର ସଖୀ ଏବଂ ଆଇ.ଏସ୍.ଆର୍.ଡି ପକ୍ଷରୁ ମିଳିତ ଭାବରେ ଆୟୋଜିତ ହୋଇଯାଇଛି କୋରୋନା ସଚେତନତା କାର୍ଯ୍ୟକ୍ରମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ସଚେତନା ନେଇ ବ୍ରହ୍ମପୁରରେ ଆଗେଇ ଆସିଲେ ମହିଳା ସଙ୍ଗଠନ
କୋରୋନା ସଚେତନା ନେଇ ବ୍ରହ୍ମପୁରରେ ଆଗେଇ ଆସିଲେ ମହିଳା ସଙ୍ଗଠନ

By

Published : Mar 16, 2020, 7:53 PM IST

Updated : Mar 16, 2020, 9:07 PM IST

ବ୍ରହ୍ମପୁର: ବିଶ୍ବରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ସଚେତନତା କରିବାକୁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ କରାଯାଉଛି । ବ୍ରହ୍ମପୁର ସହରରେ ୱାନ୍ ଷ୍ଟପ୍ ସେଣ୍ଟର ସଖୀ ଏବଂ ଆଇ.ଏସ୍.ଆର୍.ଡି ପକ୍ଷରୁ ମିଳିତ ଭାବରେ ଆୟୋଜିତ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ ।

ସହରରେ ଏହି ସଚେତନତା କରିବାକୁ ବିଭିନ୍ନ ମହିଳା ସଙ୍ଗଠନ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସହରର ଏମ୍.କେ.ସି.ଜି ଚିକିତ୍ସାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏହି ସଚେତନା କରାଯାଇଥିବା ବେଳେ ଏଥିରେ କିଭଳି ଜନସାଧାରଣ ନିଜ ହାତକୁ ସଫା ରଖିବେ, କିଭଳି ମାକ୍ସ ପିନ୍ଧିବେ ଏବଂ ଗହଳି ଠାରୁ ଦୂରେଇ ରହିବାକୁ ଆହ୍ବାନ କରିବା ସହ ମହିଳା ମାନେ ମଧ୍ୟ ଅଧିକରୁ ଅଧିକ ସଚେତନତା ହେବାକୁ ଆହ୍ବାନ କରାଯାଇଛି ।

ବ୍ରହ୍ମପୁରରେ ସଚେତନତା କରାଯାଉଥିବା ମହିଳା ସଂଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ....

କୋରୋନା ସଚେତନତା ନେଇ ବ୍ରହ୍ମପୁରରେ ଆଗେଇ ଆସିଲେ ମହିଳା ସଙ୍ଗଠନ
Last Updated : Mar 16, 2020, 9:07 PM IST

ABOUT THE AUTHOR

...view details