ଓଡିଶା

odisha

ETV Bharat / city

ବିପୁଳ ପରିମାଣର ମଦ ଜବତ, ୬ ଗିରଫ

ଅବକାରୀ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମିଳିତ ଚଢାଉ । ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ସହ ୬ ଗିରଫ। ଅଧିକ ପଢନ୍ତୁ...

By

Published : Jul 22, 2021, 8:37 AM IST

wine sized and 6 arrested in ganjam
ବିପୁଳ ପରିମାଣର ମଦ ଜବତ,୬ ଗିରଫ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ନିଶା କାରବାର । ଗଞ୍ଜାମ ଜିଲ୍ଲାରେ ଚୋରା ଓ ନକଲି ମଦ କାରବାର ଠାରୁ ଆରମ୍ଭ କରି ନିଶା କାରବାରକୁ ରୋକିବା ପାଇଁ ପୋଲିସ, ଅବକାରୀ ଓ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ଚଢାଉ କରାଯାଉଛି । ଏହି କ୍ରମରେ ଗଞ୍ଜାମ ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା ।

ବିପୁଳ ପରିମାଣର ମଦ ଜବତ,୬ ଗିରଫ

ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ନିକଟବର୍ତ୍ତୀ ପୁଇଁତଳା, ଦାମୋଦରପୁର, ନୋଳିଆନୂଆଗାଁ ଛକ, ଗଞ୍ଜାମ ମେଡିକାଲ ଛକ, ଗଞ୍ଜାମ ସହରର ଢାମଣାସାହି ଅଞ୍ଚଳରେ ଚଢାଉ କରାଯାଇଥିଲା । ଏଥିରେ ୧୪୨ ଲିଟର ଦେଶୀ, ବିଦେଶୀ ମଦ ଓ ବିୟର ଜବତ କରାଯାଇଛି । ଏହି ମାମଲାରେ ମୋଟ ଛଅ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗର ଅଧିକ୍ଷକ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ସୀମାଞ୍ଚଳ ସାହୁ, ପ୍ରଫୁଲ୍ଲ କୁମାର ବେହେରା ,ପପି ଗୈଡ, ପି. ଗୌତମ ପ୍ରଧାନ, ଅଜୟ ନାୟକ ଏବଂ ରାଜେଶ କୁମାର ଦାଶ ବୋଲି ଜଣାପଡିଛି । ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details