ଓଡିଶା

odisha

ETV Bharat / city

ଘରେ ରଖିଥିଲେ ମୂଲ୍ୟବାନ ବନ୍ୟଜନ୍ତୁ ସାମଗ୍ରୀ, ସୁରଙ୍ଗିରୁ ବାଘ ଓ ହରିଣ ଚମଡା ଜବତ - ବ୍ରହ୍ମପୁର ଖବର

ଗଞ୍ଜାମ ଜିଲ୍ଲାର ସୁରଙ୍ଗି ଅଞ୍ଚଳରେ ବନ ବିଭାଗର ଚଢାଉ । ଚିତା ବାଘ ଓ ହରିଣ ଚମଡା ସମେତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ସାମଗ୍ରୀ ଜବତ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

ସୁରଙ୍ଗିରୁ ବାଘ ଓ ହରିଣ ଚମଡା ଜବତ: ଜଣେ ଗିରଫ
ସୁରଙ୍ଗିରୁ ବାଘ ଓ ହରିଣ ଚମଡା ଜବତ: ଜଣେ ଗିରଫ

By

Published : Apr 6, 2022, 8:06 AM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସୁରଙ୍ଗି ଅଞ୍ଚଳରେ ବନ ବିଭାଗର ଚଢାଉ । ଚିତା ବାଘ ଓ ହରିଣ ଚମଡା ସମେତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ସାମଗ୍ରୀକୁ ଜବତ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି ।

ସୁରଙ୍ଗିରୁ ବାଘ ଓ ହରିଣ ଚମଡା ଜବତ: ଜଣେ ଗିରଫ

ସୂଚନା ଅନୁସାରେ, ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ରେଞ୍ଜର ସୁରଙ୍ଗି ଅଞ୍ଚଳର ବଳରାମ ସାହୁ ବାଘ ଚମଡା ଠାରୁ ଆରମ୍ଭ କରି ହରିଣ ଚମଡା ସମେତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ସାମଗ୍ରୀ ରଖିଥିଲେ । ଏନେଇ ଖବର ପାଇଥିଲା ବ୍ରହ୍ମପୁରବନବିଭାଗ । ପରେ ଏସିଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ ଚଢାଉ ବଳରାମଙ୍କ ଘରେ ରେଡ ମାରିଥିଲା ।

ଏହାବି ପଢନ୍ତୁ:BJP Foundation Day: ଅଟଳ-ଆଡଭାନୀ ବନାଇଲେ, ମୋଦି-ଶାହ ଚମକାଇଲେ

ମାଜିଷ୍ଟେଟଙ୍କ ଉପସ୍ଥିତିରେ ବଳରାମଙ୍କ ଘରୁ ଦୁଇଟି ଚିତାବାଘ ଚମଡା ଗୋଟିଏ ହରିଣ ଚମଡା ସମେତ ହରିଣ ସିଙ୍ଗ ଓ ଝିଙ୍କ କାଠି ମଧ୍ୟ ଜବତ କରିଥିଲା । ଏହାସହ ବାରହା ଦାନ୍ତ , ବଜ୍ରକାପ୍ତା କାତି , ତିତାବାଘ ଦାନ୍ତ ଓ ନଖ ସମେତ ବିପୁଳ ପରିମାଣର କାଠ ପଟା ବନ ବିଭାଗ ହାତରେ ଲାଗିଥିଲା । ଏନେଇ ବଳରାମଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details