ବ୍ରହ୍ମପୁର: ବୋହୂର ମାନ୍ୟତା ଦାବି କରି ଡାକ୍ତର ସ୍ବାମୀଙ୍କ ଘର ସାମ୍ନାରେ ସ୍ତ୍ରୀଙ୍କ ଧାରଣା । ବୋହୂର ମାନ୍ୟତା ଓ ସ୍ବାମୀଙ୍କ ପାଖରେ ରହିବାକୁ ଦାବି କରି ଘରେ ଆଗରେ ଧାରଣା ଦେଇଛନ୍ତି । ସୋମବାର ସାରା ବିଶ୍ବ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବାବେଳେ ବ୍ରହ୍ମପୁର ସହରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।
ସହରର ପ୍ରମିଳା ଦେବୀ ମହିଳା କଲ୍ୟାଣ ସଙ୍ଘର ସଭାନେତ୍ରୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଧାରଣା ବସିଥିଲେ । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ମହିଳାଙ୍କ ଜଣକ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।