ବ୍ରହ୍ମପୁର: ଧରା ପଡିଛି ସଇତାନ ସ୍ତ୍ରୀର କଳା କାରନାମା । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ । ସମ୍ପୃକ୍ତ ଗ୍ରାମର ପ୍ରଫୁଲ ସାହୁ ଜଣେ ରାଜମିସ୍ତ୍ରୀ ଭାବେ ବାହାରେ ରହି କାମ କରନ୍ତି । ତେଣୁ ମାସକୁ ଥରେ କିମ୍ଵା ଦୁଇ ମାସରେ ଥରେ ପ୍ରଫୁଲ ନିଜ ଘରକୁ ଆସିଥାନ୍ତି । ଏପରି ସ୍ଥିତିରେ ପ୍ରଫୁଲଙ୍କ ସ୍ତ୍ରୀ ମିତାଙ୍କର ଅନ୍ୟତ୍ର ଗଢି ଉଠିଥିଲା ପ୍ରେମ ସମ୍ପର୍କ ।
ପତ୍ନୀ ମିତା ଓ ଦୁଇ ସନ୍ତାନ ଘରେ ଏକା ରହୁଥିବା ବେଳେ କଳାହାଣ୍ଡି ଅଞ୍ଚଳର ଜଣେ ଯୁବକ ସରୋଜ ମହାରଣା ନିଜକୁ ଧର୍ମଭାଇର ପରିଚୟ ଦେଇ ଗ୍ରାମରେ ଆସି ରହୁଥିଲେ । ଇତି ମଧ୍ୟରେ ପ୍ରଫୁଲ ଘରକୁ ଆସିଥିବା ବେଳେ ସେ ବୁଧବାର ରାତିରେ ଘରକୁ ଆସିଥିବା ମା’ଙ୍କୁ ନିଜ ଭଉଣୀ ଘରେ ଛାଡି ଫେରିଥିଲେ । ପରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାରୁ ପ୍ରଫୁଲଙ୍କ ତଣ୍ଟି ଚିପି ଆକ୍ରମଣ କରାଯିବା ପରେ ଅତି ତରବରିଆ ଭାବେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।