ବ୍ରହ୍ମପୁର: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ 'ଫନି' । ଏହି ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ବହିବା ସହ ବର୍ଷା ମଧ୍ୟ ହୋଇଛି । ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଗୋପାଳପୁରରେ ଜିଲ୍ଲା ପ୍ରସାଶନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି।
'ଫନି' ର ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ପ୍ରଦୀପ ପାଣିଗ୍ରାହୀ - ganjam district
ସାମୁଦ୍ରିକ ଝଡ 'ଫନି' କୁ ନେଇ ବ୍ୟସ୍ତବିବ୍ରତ ହେବାର କୌଣସି କାରଣ ନାହିଁ। ଏହାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ଅନ୍ୟପଟେ ଆମେ ମଧ୍ୟ ଏଥିପାଇଁ ଜାଗ୍ରତ ରହିଛୁ ବୋଲି ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ।
ଫାଇଲ ଫଟୋ
ଏ ସମ୍ପର୍କରେ ମତ ରଖି ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ଅସମୟରେ ରାଜ୍ୟରେ ଏକ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଏହାକୁ ନେଇ ବ୍ୟସ୍ତବିବ୍ରତ ହୋଇ ପଡିବାର କୌଣସି କାରଣ ନାହିଁ। ଏହାର ମୁକାବିଲା ପାଇଁ ପ୍ରଶାସନ ସତର୍କ ରହିଛି। ଆମେ ମଧ୍ୟ ଜାଗ୍ରତ ରହିଛୁ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ