ଓଡିଶା

odisha

ETV Bharat / city

କୋରୋନା ଯୋଦ୍ଧାଙ୍କୁ ସମ୍ମାନ, ଚେକପୋଷ୍ଟକୁ କଲେ ବିଶୋଧନ - ଚେକପୋଷ୍ଟ

କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ସ୍ବେଚ୍ଛାସେବୀ ସଙ୍ଗଠନ ପୋଲିସ ଚେକପୋଷ୍ଟକୁ ବିଶୋଧିତ କରିଛି । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧାଙ୍କୁ ଅଭିନବ ଉପାୟରେ ସଙ୍ଗଠନର ସମ୍ମାନ ପ୍ରଦର୍ଶନ, ଚେକପୋଷ୍ଟକୁ କଲା ବିଶୋଧନ
କୋରୋନା ଯୋଦ୍ଧାଙ୍କୁ ଅଭିନବ ଉପାୟରେ ସଙ୍ଗଠନର ସମ୍ମାନ ପ୍ରଦର୍ଶନ, ଚେକପୋଷ୍ଟକୁ କଲା ବିଶୋଧନ

By

Published : Jun 7, 2021, 7:11 AM IST

ବ୍ରହ୍ମପୁର:କୋରୋନା ମହାମାରୀରେ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ କରାଯାଇଛି ସାପ୍ତାହିକ ସେବା କାର୍ଯ୍ୟ । ଏହି ଅବସରରେ ନିଆରା ଢଙ୍ଗରେ ସେବା ଯୋଗାଇଛି ଏହି ସଂଗଠନ। କୋରୋନା ମହାମାରୀରେ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଟିମ କ୍ଲିନ ସିଟି ପକ୍ଷରୁ ବ୍ରହ୍ମପୁର ସହରରେ ରହିଥିବା ସମସ୍ତ 7ଟି ପୋଲିସ ଚେକ ପୋଷ୍ଟ ଓ ସମସ୍ତ ଟ୍ରାଫିକ ପଏଣ୍ଟରେ ବିଶୋଧନ କରାଯାଇଛି ।

କୋରୋନା ଯୋଦ୍ଧାଙ୍କୁ ଅଭିନବ ଉପାୟରେ ସଙ୍ଗଠନର ସମ୍ମାନ ପ୍ରଦର୍ଶନ, ଚେକପୋଷ୍ଟକୁ କଲା ବିଶୋଧନ

ଟାଟାବେଞ୍ଜ ଛକ, ଗେଟବଜାର, ଲୋଚାପଡା, ଫାଷ୍ଟ ଗେଟ, ଅନ୍ଧପସରା ରୋଡ଼, ଲାଞ୍ଜିପଲ୍ଲୀ ଓ ଖୋଡାସିଙ୍ଗି ଛକରେ ରହିଥିବା ସମସ୍ତ ଚେକପୋଷ୍ଟ ଗୁଡିକ ସହିତ ଗୋପାଳପୁର ଛକ ଓ ଖୋଡାସିଙ୍ଗିରେ ଆମ୍ବୁଲାନ୍ସ ଓ ହାଇୱେ ପେଟ୍ରୋଲିଂ କର୍ମଚାରୀଙ୍କୁ ମଧ୍ୟ ଅନୁରୂପ ସେବା ପ୍ରଦାନ କରିଥିଲେ । ମୁଖ୍ୟତଃ ପୋଲିସ କର୍ମଚାରୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସହାୟତା ଯୋଗାଇଛି ଟିମ୍ ।

ନିଜ ଜୀବନକୁ ବିପଦରେ ପକାଇ ସମସ୍ତଙ୍କୁ ଅହରହ ସେବା ଯୋଗାଇ ଆସୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କୁ ଏହି ଅବସରରେ ପାଣି ବୋତଲ, ବିସ୍କୁଟ ଯୋଗାଇ ଦିଆଯାଇଥିଲା । ଟିମ୍ ପକ୍ଷରୁ ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସେବା କାର୍ଯ୍ୟ ସମ୍ପାଦନ କରାଯାଉଥିବା ବେଳେ ଆଗକୁ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ଟିମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details