ଓଡିଶା

odisha

ETV Bharat / city

ସତର୍କତା ସହ ପରିଚାଳିତ ହେଉଛି ପ୍ରଶାସନର କ୍ବାରେଣ୍ଟାଇନ ସେଣ୍ଟର, ଭିଡିଓ ଭାଇରାଲ

ବହୁ ସଂଖ୍ୟାରେ ରାଜ୍ୟ ବାହାରୁ ଆସିଛନ୍ତି ପ୍ରବାସୀ ଓଡିଆ । ସରକାର ସେମାନଙ୍କ ରଖିବା ପାଇଁ ୧୪ ଦିନ କ୍ବାରେଣ୍ଟାଇନ୍ ହୋମର ବ୍ୟବସ୍ଥା କରିଛନ୍ତି । ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ରରେ କିଭଳି ଅତ୍ୟନ୍ତ ସତର୍କତାର ସହିତ ଏହି ବ୍ୟକ୍ତି ବିଶେଷଙ୍କୁ ରଖାଯାଇଛି ତାହାର ଏକ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

By

Published : May 1, 2020, 11:14 AM IST

viral-video-of-isolation-center-of-ganjam-district
ପ୍ରଶାସନର କ୍ବାରେଣ୍ଟାଇନ୍ ସେଣ୍ଟର ସତର୍କତା ସହିତ ହେଉଛି ପରିଚାଳନା,ଭିଡିଓ ଭାଇରାଲ୍

ବ୍ରହ୍ମପୁର: ରାଜ୍ୟ ବାହାରୁ ଆସିଛନ୍ତି ପ୍ରବାସୀ ଓଡିଆ । ସରକାର ସେମାନଙ୍କ ରଖିବା ପାଇଁ ୧୪ ଦିନ କ୍ବାରେଣ୍ଟାଇନ୍ ହୋମର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ କ୍ବାରେଣ୍ଟାଇନ ସେଣ୍ଟର ଖୋଲାଯାଇଛି ।

ପ୍ରଶାସନର କ୍ବାରେଣ୍ଟାଇନ୍ ସେଣ୍ଟର ସତର୍କତା ସହିତ ହେଉଛି ପରିଚାଳନା,ଭିଡିଓ ଭାଇରାଲ୍

ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ବାହାରରୁ ବହୁ ବ୍ୟକ୍ତି ଆସି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ରରେ କିଭଳି ଅତ୍ୟନ୍ତ ସତର୍କତାର ସହିତ ଏହି ବ୍ୟକ୍ତିବିଶେଷଙ୍କୁ ରଖାଯାଇଛି ତାହାର ଏକ ଭିଡିଓ ଭାଇରାଲ ହୋଇଛି । କେନ୍ଦ୍ର ପରିସରରେ ରହୁଥିବା ବ୍ୟକ୍ତିମାନେ ଜଳପାନ କରିବା ସମୟରେ ସାମାଜିକ ଦୂରତ୍ବ ରଖି ଧାଡିରେ ଆସି ଜଳଖିଆ ସଂଗ୍ରହ କରୁଛନ୍ତି । ଏହାକୁ ବିତରଣ କରୁଥିବା କର୍ମଚାରୀ ମାନେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ରହି ଏହାକୁ ପରିବେଷଣ କରୁଥିବା ଦେଖାଯାଇଛି ।

ଗଞ୍ଜାମ ଜିଲ୍ଲାରେ କୌଣସି କ୍ବାରେଣ୍ଟାଇନ୍ ସେଣ୍ଟର ପରିସରକୁ ବିନା ଅନୁମତିରେ ପ୍ରବେଶ ନିଷେଦ୍ଧ କରାଯାଇଛି । ଜିଲ୍ଲାର ୫୦୩ ପଞ୍ଚାୟତ ସହ ସମସ୍ତ ସହରାଞ୍ଚଳରେ ପ୍ରଶାସନ ପକ୍ଷରୁ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details