ବ୍ରହ୍ମପୁର: ଭାଇରାଲ ହୋଇଥିବା ଫଟୋ ମୃତ ଚିତାବାଘ ଫଟୋ ନୁହେଁ । ଏହା ଏକ ଫିସିଂ କ୍ୟାଟ । ଏହି ସୂଚନା ଦେଇଛି ବ୍ରହ୍ମପୁର ଜଙ୍ଗଲ ବିଭାଗ । ସୋମବାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗାଁ ନିକଟସ୍ଥ ଘୋଡାହାଡ କେନାଲରୁ ଏକ ଜନ୍ତୁର ମୃତଦେହ ମିଳିଥିଲା । ଯାହାକୁ ନେଇ ଗ୍ରାମବାସୀ ଫଟୋ ଉଠାଇ ଭାଇରାଲ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ସେପଟେ, ମୃତ ଜନ୍ତୁ ମୃତଦେହକୁ ଖୋଜୁଛି ବନ ବିଭାଗ ।
ଘୋଡାଦାଡ କେନାଲ କଡରେ ଚିତା ବାଘ ଭଳି ଦେଖାଯାଉଥିବା ଜନ୍ତୁର ମୃତ ଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଚିତାବାଘ ପରି ଚିହ୍ନ, ବର୍ଣ୍ଣ ଦେଖି ଫଟୋ ଉତ୍ତୋଳନ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଭୟର ଆଶଙ୍କା କରି ପୁନଶ୍ଚ କେନାଲ ଜଳ ସ୍ରୋତରେ ଭସାଇଥିଲେ ।