ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣିଥରେ ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି । ବିଜୁ ଛାତ୍ର ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା କଳହ ଏକ ସଙ୍ଘର୍ଷର ରୂପ ନେଇଛି । ସୂଚନାନୁସାରେ ବିଶବିଦ୍ୟାଳୟର ଛାତ୍ର ନେତା ଦେବାଶିଷ ମିଶ୍ର ଗୁରୁତର ଆହତ ହୋଇଛନ୍ତି ।
ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଜେଡି ଛାତ୍ରନେତା ଦେବାଶିଷ କୌଣସି କାର୍ଯ୍ୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଯାଉଥିଲେ । ନିକଟସ୍ଥ ଆନନ୍ଦବଜାର ଛକ ନିକଟରେ ହଠାତ୍ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ଛାତ୍ର ବିଜେଡିର ଅପରଗୋଷ୍ଠୀର ନେତା ଭବାନୀ କାନ୍ତ ସାହୁ ଏବଂ ପୂର୍ବତନ ସଭାପତି ଶ୍ରୀନିବାସଙ୍କ ସମେତ ୧୦ ରୁ ୧୨ ଜଣ ଛାତ୍ର ସାମିଲ ଥିବା ସୂଚନା ରହିଛି । ତେବେ ଦେବାଶିଷଙ୍କୁ ଲୁହା ରଡ ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଖବର ରହିଛି ।