ବ୍ରହ୍ମପୁର:ଗଞ୍ଜାମର ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କୋଭିଡ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ବ୍ୟବସାୟୀମାନେ ସରକାରଙ୍କ ପଞ୍ଚସୁତ୍ର ନିୟମକୁ ମାନିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଜିଲ୍ଲାରେ ଧିରେ ଧିରେ କୋରୋନାର ସ୍ଥିତି ସୁଧୁରୁଥିବା ଯୋଗୁଁ ଆଉ ମାନୁ ନାହାଁନ୍ତି କୋଭିଡ ନିୟମ ।
କୋଭିଡ ନିୟମର ଉଲ୍ଲଂଘନ, ବିଭିନ୍ନ ସ୍ଥାନରେ ପ୍ରଶାସନର ଚଢାଉ - administration takes action for covid Violations
ସହରରେ ଆଉ ମାନୁନାହାଁନ୍ତି କୋଭିଡ ନିୟମ । ଏହାକୁ ଦୃଷ୍ଟିରେ ରଖି ବଡବଜାର, ସାନ ବଜାର, ଗାନ୍ଧୀନଗର, ଆସ୍କା ରୋଡ, ପୁରୁଣା ବସଷ୍ଟାଣ୍ଡ ଭଳି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବିଭିନ୍ନ ପ୍ରକାର ୧୨ଟି ଦୋକାନକୁ ସିଲ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ନିୟମର ଉଲ୍ଲଘନ, ବିଭିନ୍ନ ସ୍ଥାନରେ ପ୍ରଶାସନର ଚଢାଉ
ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ କୋଭିଡ ନିୟମ ମାନୁନଥିବାରୁ ଶେଷରେ ପ୍ରଶାସନ ଏପରି ପଦକ୍ଷେପ ନିଆଯାଉଥିବା ଦେଖାଯାଇଛି । ସହରର ବଡବଜାର, ସାନ ବଜାର, ଗାନ୍ଧୀନଗର, ଆସ୍କା ରୋଡ, ପୁରୁଣା ବସଷ୍ଟାଣ୍ଡ ଭଳି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବିଭିନ୍ନ ପ୍ରକାର ୧୨ ଟି ଦୋକାନକୁ ସିଲ କରଯାଇଛି । ସେହିପରି ସହରର ଦୁଇଟି ମନ୍ଦିର ଏବଂ ଗୋଟିଏ କଲ୍ୟାଣ ମଣ୍ଡପରେ ଜନସାଧାରଣଙ୍କ ଭିଡ ରହିଥିବା ବେଳେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
TAGGED:
କୋଭିଡ ନିୟମର ଉଲ୍ଲଘନ