ଓଡିଶା

odisha

By

Published : Jul 10, 2019, 8:54 PM IST

ETV Bharat / city

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ, ମାଉଜର ସହ ଛଅ ରାଉଣ୍ଡ ଅଫୁଟା ଗୁଳି ଜବତ

ବୁଧବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଆଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଅଫୁଟା ଗୁଳି  ଜବତ କରିଛି ଭିଜିଲାନ୍ସ ବିଭାଗ  ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବହ୍ମପୁର

ବ୍ରହ୍ମପୁର: ଭିଜିଲାନ୍ସ ଚଢାଉରେ ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଗୁଳି ଜବତ । ବୁଧବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଆଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ଭିଜିଲାନ୍ସ ବିଭାଗ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବହ୍ମପୁର


ସୂଚନା ଅନୁଯାୟୀ, ବୁଧବାର ଆଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଛାନଭିନ୍ ବେଳେ ତାଙ୍କ ଘରୁ ଗୋଟିଏ ମାଉଜର, ଛଅ ରାଉଣ୍ଡ ଜୀବନ୍ତ ଗୁଳି, ୬୧୫ ଗ୍ରାମ୍ ସୁନା ଅଳଙ୍କାର, ୧୪ ଶହ ଗ୍ରାମର ରୂପା ଅଳଙ୍କାର ସହ ନଗଦ ୪୪ ହଜାର ଟଙ୍କା ଜବତ କରାଯାଇଛି । ଏହାପରେ ଭିଜିଲାନ୍ସ ବିଭାଗ ପୋଲିସ ବିଭାଗକୁ ବନ୍ଧୁକ ଓ ଗୁଳିକୁ ହସ୍ତାନ୍ତର କରିବା ସହ ପୋଲିସ ଅଧିକ ତଦନ୍ତ କରିବା ପାଇଁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।


ସେପଟେ ସରପଞ୍ଚଙ୍କ 6ଟି ସ୍ଥାନରେ ଚଢାଉ କରାଯାଇ ଦଶ ଲକ୍ଷ ଟଙ୍କାର ମୋଟ ୧୧ ଟି ପ୍ଲଟ ସହ ୪ଟି ଘର ଥିବା ଜଣାପଡିଛି । ଏଥିସହ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୨୮ ଲକ୍ଷ ୮୦ ହଜାର ଟଙ୍କା ରହିଥିବା ବେଳେ ସରପଞ୍ଚଙ୍କ ଦୁଇଟି ଦାମୀ କାର, ଗୋଟିଏ ବୁଲେଟ ଓ ଦୁଇଟି ମୋଟର ସାଇକେଲ ରହିଥିବା ଜଣାପଡିଛି । ତେବେ ସରପଞ୍ଚଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ 1,49,4543 ଟଙ୍କା ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି । ସେପଟେ ସରପଞ୍ଚଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠାବ ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।


ବ୍ରହ୍ମପୁରରୁ ସମୀର ଆର୍ଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details