ଓଡିଶା

odisha

ETV Bharat / city

ନିର୍ମାଣଧିନ ସ୍କୁଲ କୋଠା ତିଆରି କାମରେ ବ୍ୟସ୍ତ ବିଦ୍ୟାର୍ଥୀ; ଭିଡିଓ ଭାଇରାଲ - ଭିଡିଓ ଭାଇରାଲ

ଏକ ଘରୋଇ ବିଦ୍ୟାଳୟ ପରିସରରେ ନିର୍ମାଣଧିନ ଏକ କୋଠାର କାର୍ଯ୍ୟ ପାଇଁ ବିଦ୍ୟାର୍ଥୀଙ୍କୁ ନିୟୋଜିତ କରାଯିବାର ଭିଡିଓ ଭାଇରାଲ ହୋଇଛି । ଏମିତି ଘଟଣା ଘଟିଛି ବ୍ରହ୍ମପୁର ସହରର ବାସୁଦେବନଗର ଅଞ୍ଚଳରେ । ଅଧିକ ଖବର ପଢନ୍ତୁ...

ଶ୍ରମିକଙ୍କ କାମ କରୁଛନ୍ତି ବିଦ୍ୟାର୍ଥୀ; ଭିଡିଓ ଭାଇରାଲ
ଶ୍ରମିକଙ୍କ କାମ କରୁଛନ୍ତି ବିଦ୍ୟାର୍ଥୀ; ଭିଡିଓ ଭାଇରାଲ

By

Published : Feb 20, 2020, 11:00 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହରର ବାସୁଦେବନଗର ଅଞ୍ଚଳରେ ରହିଥିବା ଏକ ଘରୋଇ ବିଦ୍ୟାଳୟ ପରିସରରେ ନିର୍ମାଣଧିନ ଏକ କୋଠାର କାର୍ଯ୍ୟ ପାଇଁ ବିଦ୍ୟାର୍ଥୀଙ୍କୁ ନିୟୋଜିତ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ହୋଇଛି ।

ଶ୍ରମିକଙ୍କ କାମ କରୁଛନ୍ତି ବିଦ୍ୟାର୍ଥୀ; ଭିଡିଓ ଭାଇରାଲ

କିଭଳି ଏବଂ କେଉଁ ପରିସ୍ଥିତିରେ କୋମଳମତି ବିଦ୍ୟାର୍ଥୀଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରାଯାଇଛି ତାହାର ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ କିଭଳି ପ୍ରତିକ୍ରିୟା ଦିଆଯାଉଛି ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା ।

ଶିଶୁ ମାନଙ୍କୁ କୌଣସି ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ ବୋଲି ବାରମ୍ବାର କୁହାଯାଉଥିବା ବେଳେ ବ୍ରହ୍ମପୁର ସହରରେ ଏଭଳି ଘରୋଇ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ପାଠପଢିବା ସମୟରେ କାର୍ଯ୍ୟରେ ଲଗାଯିବା ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details