ଓଡିଶା

odisha

ETV Bharat / city

ଥଣ୍ଡା ଜ୍ବର ହେଲେ ଡାକ୍ତରଖାନା ନୁହେଁ ଯାଆନ୍ତୁ କୋଭିଡ୍ କେୟାର କେନ୍ଦ୍ର: ଗଞ୍ଜାମ ଜିଲ୍ଲାପାଳ - ଡାକ୍ତରଖାନା ନୁହେଁ ଯାଆନ୍ତୁ କୋଭିଡ୍ କେୟାର କେନ୍ଦ୍ର

ଥଣ୍ଡା, କାଶ, ଜ୍ୱର ହେଉଥିବା ବ୍ୟକ୍ତି ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ ବୋଲି କହିଲେ ଗଞ୍ଜାମ ଜିଲ୍ଲାପାଳ । ଏନେଇ ଜିଲ୍ଲା ଅଧିକାରୀଙ୍କ ସହ ଭିଡିଓ କନଫରନ୍ସ ଜରିଆରେ ଆଲୋଚନାଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ...

ଥଣ୍ଡା ଜ୍ବର ହେଲେ ଡାକ୍ତରଖାନା ନୁହେଁ ଯାଆନ୍ତୁ କୋଭିଡ୍ କେୟାର କେନ୍ଦ୍ର: ଗଞ୍ଜାମ ଜିଲ୍ଲାପାଳ
ଥଣ୍ଡା ଜ୍ବର ହେଲେ ଡାକ୍ତରଖାନା ନୁହେଁ ଯାଆନ୍ତୁ କୋଭିଡ୍ କେୟାର କେନ୍ଦ୍ର: ଗଞ୍ଜାମ ଜିଲ୍ଲାପାଳ

By

Published : Jul 3, 2020, 8:46 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥଣ୍ଡା, କାଶ, ଜ୍ବର ହେଉଥିବା ବ୍ୟକ୍ତି ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଅଧି୍କାରୀଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଏଭଳି ପ୍ରସ୍ତାବ ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଥଣ୍ଡା ଜ୍ବର ହେଲେ ଡାକ୍ତରଖାନା ନୁହେଁ ଯାଆନ୍ତୁ କୋଭିଡ୍ କେୟାର କେନ୍ଦ୍ର: ଗଞ୍ଜାମ ଜିଲ୍ଲାପାଳ

ଏନେଇ ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଏଭଳି ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ସ୍ତରରୁ ବରିଷ୍ଠ ଅଧିକାରୀଗଣ ଜିଲ୍ଲାର ପ୍ରତି ଅଞ୍ଚଳ ଗସ୍ତ କରି କୋଭିଡ୍ ପରିଚାଳନା କାର୍ଯ୍ୟ ତଦାରଖ କରିବେ ବୋଲି ସେ କହିଛନ୍ତି ।

କୋଭିଡ୍ କେୟାର ହୋମରେ ସମସ୍ତ ଆବଶ୍ୟକୀୟ ସେବା ସାମଗ୍ରୀ ମହଜୁଦ ରଖିବା ସହିତ ସ୍ବଚ୍ଛତା ବଜାୟ ରଖିବା ଏବଂ ସେଠାରେ ରହିଥିବା ବ୍ୟକ୍ତିଙ୍କୁ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଓ ଗରମ ପାନୀୟ ଜଳ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତିଙ୍କର କୋରୋନା ସଂକ୍ରମଣ ଦେଖାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଉକ୍ତ ଅଞ୍ଚଳରେ କୌଣସି ଉତ୍ସବ ଯେପରି ହେବ ନାହିଁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍ ଗୁଡିକରେ ତେଜରାତି, ପନିପରିବା, ଦୁଗ୍ଧ, ଔଷଧ ସାମଗ୍ରୀ ପହଞ୍ଚାଇବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସେହି ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଯିବାକୁ ବାରଣ କରାଯାଇଛି । କଣ୍ଟେନମେଣ୍ଟ ଜୋନର ପ୍ରତ୍ୟେକ ଘରର ସଦସ୍ୟ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ୍ କେୟାର ହୋମକୁ ନେବା ଓ ସ୍ବାବ୍ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

କୋଭିଡ୍ କେୟାର ମନିଟରଙ୍କୁ ସଠିକ୍ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ବୈଠକରେ କୁହାଯାଇଥିଲା । କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ସଠିକ୍ ରୂପେ କୋଭିଡ୍ କ୍ଲାସ୍ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଏହି ଭିଡିଓ କନଫରେନ୍ସିଂରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଆର୍. ଜଗଦୀଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details