ଓଡିଶା

odisha

ETV Bharat / city

ପୁଣି ବ୍ରହ୍ମପୁରରେ ବୋହୂଙ୍କ ଧାରଣା, ମାଛ ଖାଇଦେବାରୁ ଘରୁ ବାହାର କରିଦେଲେ ଶାଶୁଘର ଲୋକେ - ବ୍ରହ୍ମପୁର ଧାରଣା

ମାଛ ଖାଇଦେବାରୁ ତୁମୁଳକାଣ୍ଡ । ୨ବୋହୂଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଶାଶୁ । ଏଭଳି ଅଭିଯୋଗ ଆଣି ବଡବଜାର ଥାନା ଅନ୍ତର୍ଗତ ମାର୍ଥା ସାହିରେ ଧାରଣାରେ ବସିଛନ୍ତି ଦୁଇ ବୋହୂ । ଅଧିକ ପଢନ୍ତୁ

ପୁଣି ବ୍ରହ୍ମପୁରରେ ବୋହୂଙ୍କ ଧାରଣା, ମାଛ ଖାଇଦେବାରୁ ଅସହ୍ୟ ହେଲା ଶାଶୁ ନିର୍ଯାତନା
ପୁଣି ବ୍ରହ୍ମପୁରରେ ବୋହୂଙ୍କ ଧାରଣା, ମାଛ ଖାଇଦେବାରୁ ଅସହ୍ୟ ହେଲା ଶାଶୁ ନିର୍ଯାତନା

By

Published : May 10, 2022, 10:58 AM IST

Updated : May 10, 2022, 1:22 PM IST

ବ୍ରହ୍ମପୁର:ମାଛ ଖାଇଦେବାରୁ ତୁମୁଳକାଣ୍ଡ । ୨ବୋହୂଙ୍କୁ ଘରୁ ବାହାର କରିଦେଲେ ଶାଶୁ । ଶେଷରେ ନ୍ୟାୟ ପାଇବା ପାଇଁ ଶାଶୁଘର ସମ୍ମୁଖରେ ଧାରଣା ଦେଲେ ଦୁଇ ବୋହୂ । ବ୍ରହ୍ମପୁରରେ ଶାଶୁଘରେ ରହିବା ପାଇଁ ବୋହୂ ତପସ୍ବିନୀ ଲଢେଇ କରି ଧାରଣାରେ ବସିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ବ୍ରହ୍ମପୁରରୁ ଅନୁରୁପ ଭାବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବଡବଜାର ଥାନା ଅନ୍ତର୍ଗତ ମାର୍ଥା ସାହିରେ ଶାଶୁଘରେ ରହିବାକୁ ଧାରଣାରେ ବସିଛନ୍ତି ଦୁଇ ବୋହୂ ।

ପୁଣି ବ୍ରହ୍ମପୁରରେ ବୋହୂଙ୍କ ଧାରଣା, ମାଛ ଖାଇଦେବାରୁ ଘରୁ ବାହାର କରିଦେଲେ ଶାଶୁଘର ଲୋକେ

ଶାଶୁ ଏବଂ ସ୍ବାମୀ ମାଡ ମାରିବା ସହ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ବ୍ରହ୍ମପୁର ସହର ଉପକଣ୍ଠ ଆଙ୍କୁଶପୁର ଅଞ୍ଚଳର ଦୁଇ ଭଉଣୀ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କରିଥିଲେ । ମାତ୍ର ବିବାହ ପରଠାରୁ ଶାଶୁ ଏବଂ ପରିବାର ବର୍ଗ ସମସ୍ତ ସୁନା ଗହଣା ବ୍ୟାଙ୍କରେ ଜୋର୍‌ ଜବରଦସ୍ତ ବନ୍ଧକ ରଖିଛନ୍ତି ଓ କୌଣସି ବିଷୟରେ ପ୍ରତିବାଦ କଲେ ମାଡ ମାରୁଥିବା ଅଭିଯୋଗ ଆଣିଛନ୍ତି ଦୁଇ ବୋହୂ ।

ଗତ ରାତିରେ ବଡ ବୋହୂର ପୁଅ ଏକ ମାଛ ଖଣ୍ଡ ଖାଇଦେବାରୁ ଶାଶୁ ଓ ସ୍ବାମୀ ମିଶି ଉଭୟଙ୍କୁ ମାଡ ମାରିଥିଲେ । ଏଥିସହ ଘରୁ ବାହାର କରିଦେଇଥିବା କହିଛନ୍ତି ୨ ଭଉଣୀ । ଶେଷରେ ନ୍ୟାୟ ପାଇବା ଆଶାରେ ସେମାନେ ଏବେ ଶାଶୁଘର ସମ୍ମୁଖରେ ଧାରଣାରେ ବସିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 10, 2022, 1:22 PM IST

ABOUT THE AUTHOR

...view details