ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଅଘଟଣ । ମୃତ ଦୁଇ ଭଉଣୀଙ୍କ ବୟସ ୮ ଓ ୧୦ ବର୍ଷ । ପୋଖରୀକୁ ଗାଧୋଇବା ବେଳେ ବୁଡି ଯାଇଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତ ଦୁଉ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି ।
ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ - Two sisters drowned
ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଅଘଟଣ । ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ 2 ଭଉଣୀ ବୁଡି ଯାଇଥିବା ଜଣାପଡିଛି ।
ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ
ଖବର ଅନୁଯାୟୀ ବୁଧବାର ଦୁଇ ଭଉଣୀ ଗ୍ରାମର ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା କାରଣରୁ ଦୁଇ ଭଉଣୀ ବୁଡିଯାଇଥିଲା । ପାଣିରେ ବୁଡୁଥିବାର ଦେଖି ସ୍ଥାନୀୟ ଲୋକେ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ।
ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ
ହେଲେ ଉଦ୍ଧାର ବେଳକୁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା । ମୃତ ଦୁଇ ଭଉଣୀ ହେଲେ ତୁଳସୀପୁର ଗ୍ରାମର ସୁରେଶ ପାହାନଙ୍କ ୮ ବର୍ଷର କନ୍ୟା ଖୁସି ଏବଂ ୧୦ ବର୍ଷର ପୂଜା ପାହାନ ବୋଲି ଜଣାପଡିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ