ବ୍ରହ୍ମପୁର: ପିଡ଼ିଏସ ଚାଉଳ ଧରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର। ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ରହିଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଟ୍ରାକ୍ଟରର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଭଳି ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ତୁମ୍ବା ପଞ୍ଚାୟତ ଠଣାଗାଁର ପ୍ରାୟ ୨୦ ଜଣ ପୁରୁଷ ଓ ମହିଳା ପିଡ଼ିଏସ ଚାଉଳ ଧରି ଫେରିବା ବାଟରେ ଟ୍ରାକ୍ଟରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା ।