ଓଡିଶା

odisha

ETV Bharat / city

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା - berhampur police news

ବ୍ରହ୍ମପୁରରେ ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ସହ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

By

Published : Oct 16, 2019, 11:31 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ଦୁର୍ଘଟଣାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ଚିକରଡା ଗ୍ରାମର କନକ ବେହେରା ରଣ୍ଢା ବଜାରକୁ ଯିବା ପାଇଁ ପରିବା ଧରି ରାସ୍ତା ପାର ହେଉଥିବା ସମୟରେ ଟ୍ରକ୍‌ ଧକ୍କାରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ରଣ୍ଢା ଛକରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି । ଯାହାକୁ ନେଇ ବହୁ ସମୟ ଧରି ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି ।

ଘଟଣା ସ୍ଥଳରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ,ଗୋପାଳପୁର ବିଧାୟକ ଡ ପ୍ରଦୀପ କୁମାର ପାଣିଗ୍ରାହୀ, କନିଷି ଭାରପ୍ରାପ୍ତ ତହସିଲଦାର, ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାଇକ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଲୋକେ ଫ୍ଲାଇ ଓଭରବ୍ରିଜ ନିର୍ମାଣ କରିବାକୁ ଅଡ଼ି ବସିଥିଲେ । ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା ଏବଂ ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଯିବା ସହ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ପୋଲିସ କରୁଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details