ବ୍ରହ୍ମପୁର: ଗତ କିଛି ଦିନ ମଧ୍ୟରେ ଦେଶର ଶ୍ରମିକ ଓ କର୍ମଚାରୀଙ୍କ ଉପରେ ଜୁଲମ ବଢୁଥିବା ପରିଲକ୍ଷିତ ହେଉଛି । ଶ୍ରମିକମାନଙ୍କ ଉପରେ ଆକ୍ରମଣ ହେଉଛି ଏବଂ ସର୍ବନିମ୍ନ ମଜୁରୀ ବୃଦ୍ଧି ମଧ୍ୟ ହେଉନି । ଏନେଇ ସରକାର ବାରମ୍ବାର ଭୂଆଁ ବୁଲାଉଛନ୍ତି । ତେବେ ସରକାରଙ୍କ ଭୁଲ ନୀତି ବିରୋଧରେ ଆସନ୍ତା ଜାନୁଆରୀ 8ରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିଅନ ।
ଏଭଳିକି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଆର୍ଥିକ ନୀତି, କର୍ପୋରେଟଙ୍କ ସ୍ଵାର୍ଥରେ ଶ୍ରମ ଆଇନ ଉପରେ ଆକ୍ରମଣ ନେଇ ଦେଶର ପ୍ରମୁଖ ଶ୍ରମିକ ସଙ୍ଗଠନମାନଙ୍କ ପକ୍ଷରୁ ହେବାକୁ ଥିବା ଏହି ଧର୍ମଘଟରେ ସରକାରଙ୍କ ଉପରେ ଚାପ ପକାଇବେ ଦେଶର ବିଭିନ୍ନ ଟ୍ରେଡ ୟୁନିଅନ ।