ଓଡିଶା

odisha

ETV Bharat / city

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଦୁଇ ଦିନ ଗୋପାଳପୁର ବିଚ ମନା

୨୬ ଓ ୨୭ ତାରିଖ ଦୁଇ ଦିନ ଧରି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମିକୁ ଯିବା ପାଇଁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

Tourists are barred from going to Gopalpur beach for two days on 26th and 27th
ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଦୁଇ ଦିନ ପର୍ଯ୍ୟଟକଙ୍କୁ ଗୋପାଳପୁର ବିଚ ମନା

By

Published : Sep 25, 2021, 10:29 PM IST

ବ୍ରହ୍ମପୁର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମିକୁ ଯିବା ପାଇଁ ବାରଣ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଦୁଇ ଦିନ ପର୍ଯ୍ୟଟକଙ୍କୁ ଗୋପାଳପୁର ବିଚ ମନା

ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ସମୁଦ୍ର ମଧ୍ୟରୁ ନ ଯିବାକୁ ବାରଣ କରାଯାଇଛି । ଏ ନେଇ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋପାଳପୁରରେ ମାଇକ୍ ଜରିଆରେ ପ୍ରଚାର କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହି ସମୟରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଥିବାରୁ ଗୋପାଳପୁରରେ ରହୁଥିବା ମତ୍ସ୍ୟଜୀବୀମାନେ ଅଧିକ ସତର୍କ ରହିବା ସହିତ ଚାଳ ଓ ଛପର ଘରେ ରହୁଥିବା ବ୍ୟକ୍ତିବିଶେଷମାନେ ଆବଶ୍ୟକ ପଡିଲେ ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେବା ପାଇଁ ଆହ୍ୱାନ କରାଯିବା ସହିତ ସେଠାରେ ଏନ୍.ଏ.ସି ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details