ଓଡିଶା

odisha

Crocodile Census: ବ୍ରହ୍ମପୁର ବନଖଣ୍ଡରେ ଅଛନ୍ତି ୭୬ କୁମ୍ଭୀର

By

Published : Jan 11, 2022, 7:24 AM IST

Updated : Jan 11, 2022, 8:07 AM IST

ବ୍ରହ୍ମପୁର ବନଖଣ୍ଡରେ ରହିଛି ମୋଟ ୭୬ଟି କୁମ୍ଭୀର । କୁମ୍ଭୀର ଗଣନା ପରେ ସୂଚନା ଦେଲା ବନ ବିଭାଗ । ଅଧିକ ପଢନ୍ତୁ

Crocodile Census
Crocodile Census

ବ୍ରହ୍ମପୁର:ପ୍ରତ୍ୟେକ ବର୍ଷ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ଗଣନା(Crocodile Census) ହୋଇଥାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପକ୍ଷୀ ଗଣନା ପରେ କୁମ୍ଭୀର ଗଣନା କରାଯାଇଛି । ବ୍ରହ୍ମପୁର ବନଖଣ୍ଡ( berhampur forest division)ର ଖୋଡାହାଡ ଜଳଭଣ୍ଡାର ଏବଂ ତା'ର ନିକଟବର୍ତ୍ତୀ ଅଞ୍ଚଳରେ ମୋଟ ୭୬ ଗୋଟି କୁମ୍ଭୀର ରହିଥିବା ଗଣନା ସମୟରେ ଜାଣିବାକୁ ପାଇଛି ବନ ବିଭାଗ । ବ୍ରହ୍ମପୁର ବନ ବିଭାଗ ଏସିଏଫ୍(ACF) ଅଶୋକ କୁମାର ବେହେରା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Crocodile Census: ବ୍ରହ୍ମପୁର ବନଖଣ୍ଡରୁ ୭୬ କୁମ୍ଭୀର ଚିହ୍ନଟ

ସୂଚନାଯୋଗ୍ୟ, ଚଳିତ ବର୍ଷ ବନ ବିଭାଗର ସ୍ୱତନ୍ତ୍ର ଟିମ୍ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୫୮ ଗୋଟି କୁମ୍ଭୀର ଘୋଡାହାଡ ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ଚିହ୍ନଟ କରାଯାଇଥିବା ବେଳେ ୧୮ ଟି ନିକଟବର୍ତ୍ତୀ ଅଞ୍ଚଳର ପୋଖରୀ ଏବଂ ଆଖପାଖ ଅଞ୍ଚଳରେ ରହିଥିବା ଜଣାଯାଇଛି । ଗତ ୨୦୨୧ ମସିହାରେ ବନ ବିଭାଗର ଗଣନା ସମୟରେ ଜଳଭଣ୍ଡାର ଏବଂ ଆଖପାଖ ଅଞ୍ଚଳରେ ମୋଟ ୭୨ ଗୋଟି କୁମ୍ଭୀର ରହିଥିଲେ । ହେଲେ ଏ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୭୬ରେ ପହଞ୍ଚିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 11, 2022, 8:07 AM IST

ABOUT THE AUTHOR

...view details