ଓଡିଶା

odisha

ETV Bharat / city

ଲକଡାଉନରେ ମାତିଛନ୍ତି ଚେନ ଲୁଟେରା, 3 ଗିରଫ - ସିରିଏଲ୍ ସୁନା ଚେନ ଲୁଟ

ଲକଡାଉନ୍ ସମୟରେ ବ୍ରହ୍ମପୁର ସହରରେ ମାତିଛନ୍ତି ଚେନ ଲୁଟେରା। ତେବେ ଘଟିଯାଇଥିବା ସିରିଏଲ୍ ସୁନା ଚେନ ଲୁଟ ଘଟଣାରେ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

gold snatching case
ଲକଡାଉରେ ମାତିଛନ୍ତି ଚେନ ଲୁଟେରା, 3 ଗିରଫ

By

Published : May 5, 2020, 8:32 AM IST

Updated : May 5, 2020, 9:49 AM IST

ବ୍ରହ୍ମପୁର: ଲକଡାଉନ୍ ସମୟରେ ବ୍ରହ୍ମପୁର ସହରରେ ମାତିଛନ୍ତି ଚେନ ଲୁଟେରା। ଏହି ଲୁଟେରା ମାନେ ଗୋଟିଏ କି ଦୁଇଟି ନୁହେଁ ସିରିଏଲ ଲୁଟ୍ କରି ସହରରେ ଆତଙ୍କ ଖେଳାଉଛନ୍ତି। ତେବେ ସହରରେ ଘଟିଥିବା ସିରିଏଲ୍ ସୁନା ଚେନ ଲୁଟ୍ ଘଟଣାରେ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଲକଡାଉରେ ମାତିଛନ୍ତି ଚେନ ଲୁଟେରା, 3 ଗିରଫ

ବ୍ରହ୍ମପୁର ସହରରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଉକ୍ତ ଘଟଣା ପରେ ବ୍ରହ୍ମପୁର ଏସ୍.ଡି.ପି.ଓ ନେତୃତ୍ୱରେ ଆସ୍କା ପୋଲିସ ସହାୟତାରେ ଏକ ଟିମ୍ ଗଠନ କରାଯାଇଛି। ଏହାସହ ଆସିକା ଅଞ୍ଚଳର ବିଗତ ବର୍ଷ ମାନଙ୍କରେ ଏଭଳି ଚେନ୍ ଲୁଟ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି।

ସେମାନଙ୍କ ମଧ୍ୟରୁ ଏ.ଗଣେଷ ଦାଶ , ଏ.ଦୁର୍ଗା ଦାଶ ଏବଂ ନରସିଂମ୍ୱା ଦାଶଙ୍କୁ ଗିରଫ କରାଯାଇଥିବା ବେଳେ ୨୦ ହଜାର ଟଙ୍କା ସହିତ ଦୁଇଟି ବଜାଜ ମୋଟର ସାଇକେଲକୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ରାଜ୍ୟ ତଥା ରାଜ୍ୟ ବାହାରରେ ବିଭିନ୍ନ ମାମଲାରେ ସଂପୃକ୍ତ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 5, 2020, 9:49 AM IST

ABOUT THE AUTHOR

...view details