ବ୍ରହ୍ମପୁର: ସହର ଉପକଣ୍ଠ ସଦର ଥାନା ଅଞ୍ଚଳରେ ତିନି ଜଣ ନକଲି ସାମ୍ବାଦିକଙ୍କ ସହ ଜଣେ ଗାଡିଚାଳକଙ୍କୁ ଗିରଫ କରିଛି ପୋଲିସ । ନିଜକୁ ଗଣମାଧ୍ୟମ ପ୍ରତିନିଧି କହି ଶିଶୁ ମନ୍ଦିର ଶ୍ରକ୍ଷୟତ୍ରୀ ତଥା ବିଦ୍ୟାର୍ଥୀଙ୍କୁ ଅଟକାଇ ଫଟୋ ଓ ଭିଡିଓ କରିବା ସହ ସେମାନଙ୍କୁ ଭୟଭୀୟ କରାଉଥିଲେ ।
ପରେ ସେମାନେ ନକଲି ସାମ୍ବାଦିକ ବୋଲି ଅଞ୍ଚଳବାସୀ ଜାଣିପାରିଥିଲେ । ଆଉ ତାପରେ ମୋଟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୋଲିସ ଜିମାରେ ଦେଇଥିଲେ । ବ୍ୟୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଉଥିବା ଯୁବକ ମାନେ ହେଲେ ବ୍ରହ୍ମପୁରର ଦୀପକ ବଡ଼ତ୍ୟା ,ସୁନୀଲ ପଢିଆରି ଏବଂ ତପନ ପଟ୍ଟନାୟକ ସହ ଗାଡି ଚାଳକ ଡି.ନାଗେଶ୍ବର ରାଓ ।