ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସୋମବାର ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାରେ କେବଳ ଦେଖିବାକୁ ମିଳୁଥିବା ପଜେଟିଭ୍ ମାମଲା କେବଳ କ୍ବାରେଣ୍ଟାଇନ୍ ସେଣ୍ଟରରେ ହିଁ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ବିଭିନ୍ନ ମହଲରେ କରାଯାଉଥିବା ପରୀକ୍ଷାରେ ନେଗେଟିଭ୍ ରିପୋର୍ଟ ଆସୁଥିବାରୁ କେହି ଭୟ କରିବାର ଆବଶ୍ୟକତା ନଥିବା ସେ କହିଛନ୍ତି ।
ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ: ଜିଲ୍ଲାପାଳ - District Magistrate
ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଅଧିକ ପଢ଼ନ୍ତୁ...
ଗଞ୍ଜାମରେ ଗୋଷ୍ଠି ସଂକ୍ରମଣର ଆଶଙ୍କା ନାହିଁ: ଜିଲ୍ଲାପାଳ
ଏପରିକି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ବାରେଣ୍ଟାଇନ୍ ସେଣ୍ଟର ଉପରେ ଅଧିକ ଫୋକସ ରଖୁଥିବା ବେଳେ ଯାହାର ୨୧ ଦିନ ଶେଷ ହେବ ସିଏ ହିଁ ଘରକୁ ଯିବ । ତାଙ୍କୁ ସରକାରଙ୍କ କ୍ବାରେଣ୍ଟାଇନ ଶେଷ ପରେ ହୋମ୍ କ୍ବାରେଣ୍ଟାଇନରେ ରହିବେ । ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଏପରିକି କେହି ଡରିବାର ଆବଶ୍ୟକତା ନାହିଁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ