ବ୍ରହ୍ମପୁର: ଗତ ପାଞ୍ଚ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରେଳ ଷ୍ଟେସନରେ ଅଟକୁ ନାହିଁ ଟ୍ରେନ । କେବେ ରହିବ ତାହା ମଧ୍ୟ ସ୍ଫଷ୍ଟ ହୋଇନାହିଁ । ଷ୍ଟେସନରେ କାର୍ଯ୍ୟ କରି ନିଜ ଜୀବିକା ପରିପୋଷଣ କରୁଥିବା କୁଲ୍ଲିଙ୍କ ଅବସ୍ଥା ଅସହାୟତାର ଅନ୍ଧାରରେ । ଇଏ ହେଉଛନ୍ତି ୨୯ ବର୍ଷୀୟ ସି.ଏଚ୍.ନାଗେଶୁ ପାତ୍ର । ପରିବାର କହିଲେ ବାପା ମାଆ ଏବଂ ଅନ୍ୟ ତିନି ଭାଇ । ଶିକ୍ଷାଗତ ଯୋଗ୍ୟତା ଓଡିଆରେ ଏମଏ । ହେଲେ ଦୀର୍ଘ ଆଠ ବର୍ଷ ଧରି ନାଗେଶୁ ବ୍ରହ୍ମପର ରେଳଷ୍ଟେସନରେ ସହାୟକ କୁଲ୍ଲି ଭାବରେ କାର୍ଯ୍ୟ କରିଆସୁଥିଲେ । ଦିନ ବେଳା ନିଜର ମହାବିଦ୍ୟାଳୟରେ ପାଠ ପଢିବା ସହ ରାତ୍ର ସମୟରେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ବ୍ରହ୍ମପୁର ରେଳଷ୍ଟେସନରେ କୁଲ୍ଲି ଭାବରେ କାମ କରି ଆସୁଥିଲେ ।
କିନ୍ତୁ ଯେବେ ଠୁ ଲକଡାଉନ ହୋଇଛି ସେବେଠୁ ଲକ ପଡିଯାଇଛି ଏମାନଙ୍କ ଜୀବୀକା । ସେହିପରି ନାଗେଶଙ୍କ ଭଳି ସହାୟକ କୁଲ୍ଲି ଭାବରେ ୫୫ ରୁ ଉର୍ଦ୍ଧ୍ୱ ପରିବାର କାର୍ଯ୍ୟ କରି ନିଜର ପରିବାର ଚଳାଉଥିଲେ । ହେଲେ ଗତ ମାର୍ଚ୍ଚ ମାସର ଶେଷ ପର ଠାରୁ ନାଁ ଆସିଛି ଆଉ ପାସେଞ୍ଜର ଟ୍ରେନ ନାଁ ରୋଜଗାର ପାଇଛନ୍ତି ଏମାନେ । କେବେ ସୁଧୁରିବ ଏ ଅବସ୍ଥା, କେବେ ଷ୍ଟେସନରେ ପହଁଚିବ ପାସେଞ୍ଜର ଟ୍ରେନ ।