ବ୍ରହ୍ମପୁରରୁ: ପାରମ୍ପରିକ ରୀତିନୀତିରେ ଉଦଯାପିତ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମୁଖ୍ୟପୀଠକୁ ଫେରିଲେ ମାଆ। ଚଳିତ ବର୍ଷ କୋରୋନା କଟକଣା ଯୋଗୁ ମା’ଙ୍କ ଯାତ୍ରାକୁ ନେଇ ବ୍ରହ୍ମପୁରରେ ସେଭଳି ଚଳଚଞ୍ଚଳ ଦେଖିବାକୁ ମିଳିନଥିଲା। କେବଳ ପରମ୍ପରାକୁ ଭିତ୍ତି କରି ଯାତ୍ରା ଆୟୋଜିତ ହୋଇଥିଲା ।
ଚଳିତବର୍ଷ ମାଆଙ୍କ ଘଟ ପରିକ୍ରମା ଏବଂ ବିଭିନ୍ନ ସାହିରେ ହେଉଥିବା କଳାକୁଞ୍ଜ ଏବଂ ରଥ ନିର୍ମାଣକୁ ବନ୍ଦ କରାଯାଇଛି । ଅସ୍ଥାୟୀ ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ନକରି କେବଳ ଦର୍ଶନକୁ ଅନୁମତି ପ୍ରଦାନ କରିଥିଲେ। ତେବେ ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ଫେରିବା 3 ଦିନ ପରେ ଦୁଇ ପୂଜକ କୋରୋନା ଆକ୍ରାନ୍ତ ପରେ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ।