ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଉ ଏଭଳି ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଜୁନ୍ ମାସକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାରେ ଆଗାମୀ ୧୫ ଦିନ ଲକଡାଉନ୍ ନିୟମକୁ ଅଧିକ କଟକଣା କରାଯିବା ସହ ୧୮ ଘଣ୍ଟିଆ ସଟଡାଉନ୍ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା କରିଛନ୍ତି ।
ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କ ସହଯୋଗ ଏବଂ କାର୍ଯ୍ୟକୁ ପ୍ରଶଂସନୀୟ ବୋଲି କୁହାଯାଇଛି । ଆଗାମୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ଲକଡାଉନ କଟକଣା ସମ୍ପର୍କରେ ରହିଥିବା ଗାଇଡଲାଇନ ଉପରେ ବୈଠକରେ ଆଲୋଚନା କରାଯାଇଛି । ଏଥିସହ ସରକାରୀ କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନା ଉପରେ ସମୀକ୍ଷା କରାଯାଇଛି ।