ବ୍ରହ୍ମପୁର: ପ୍ରବାସୀ ଓଡ଼ିଆଙ୍କ ବହୁ ମାତ୍ରାରେ ଗଞ୍ଜାମ ଜିଲ୍ଲାକୁ ଆସିବା ଏବଂ କେବଳ ସୁରତ ଫେରନ୍ତାଙ୍କ ମଧ୍ୟରୁ ଜିଲ୍ଲାରେ ଖବର ପ୍ରକାଶ ସୁଦ୍ଧା ମୋଟ 28 ଜଣ ପଜେଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ଗଞ୍ଜାମକୁ ରେଡଜୋନ ଭାବେ ଘୋଷଣା କରାଯାଇଛି ।
ଏଭଳି ସମୟରେ ଜିଲ୍ଲାବାସୀ ସମସ୍ତେ ସାମାଜିକ ଦୂରତ୍ବ ସହିତ ମାସ୍କ ପିନ୍ଧିବା ,ହାତ ଧୋଇବା ଅଭ୍ୟାସ ଜାରି ରଖିବାକୁ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହାସହ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅବସରରେ ଗଣମାଧ୍ୟମ ସୂଚନା ଦେବା ଅବସରରେ କେହି ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରକୁ ନଯିବାକୁ ଅନୁରୋଧ କରିଥିବା ବେଳେ ସଂପୃକ୍ତ ଅଞ୍ଚଳର କେହି ଯିବେନାହିଁ । ଯଦି କେହି ପରିବାରବର୍ଗ ସେମାନଙ୍କୁ ସାକ୍ଷାତ କଲେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ।