ଓଡିଶା

odisha

ETV Bharat / city

ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - Maa tara tarini Temple

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା । ଜିଲ୍ଲାରେ ଦୁଇଟି ସଂପୂର୍ଣ୍ଣ ରୂପାନ୍ତରୀତ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ରଷିକୁଲ୍ୟାର କଂସାର ଗଣ୍ଡ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

By

Published : Sep 11, 2021, 7:29 AM IST

ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ଅନୁଦାନରେ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ବିଭିନ୍ନ ଅଞ୍ଚଳ ବୁଲିବା ସହ ନିଜେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗ୍ରସ୍ତ ସମୟରେ ଜିଲ୍ଲାରେ ଦୁଇଟି ସଂପୂର୍ଣ୍ଣ ରୂପାନ୍ତରୀତ ବିଦ୍ୟାଳୟକୁ ପରିଦର୍ଶନ କରିବା ସହିତ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମା' ତାରାତାରିଣୀ ମନ୍ଦିର ଏବଂ ଜଉଗଡ ପରିକ୍ରମା କରି ସେଠାକାର ବିକାଶ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରଛନ୍ତି ।

ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପରେ ବ୍ରହ୍ମପୁରର ରାମଲିଙ୍ଗମ୍ ପାର୍କ, ସ୍ପୋର୍ଟସ କମ୍ପେକ୍ସକୁ ବୁଲ୍ଲି ଦେଖିବା ସହିତ ରାମଲିଙ୍ଗମ୍ ପାର୍କ ପରିସରରେ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହିତ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କରିଥିଲେ ସମୀକ୍ଷା । ମୁଖ୍ୟତଃ ଆଗାମୀ ୨୦୨୪ ସୁଦ୍ଧା ପ୍ରତେକ ଘରକୁ ପାଇପ୍ ପାଣି ସଂଯୋଗ କରିବା ପାଇଁ ରହିଥିବା ଯୋଜନା ର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି ।

ତା ସହିତ ଜାନିବିଲ ଆନିକର୍ଟ ପ୍ରକଳ୍ପର କାର୍ଯ୍ୟ ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ବ୍ରହ୍ମପୁର ସହରର ରିଙ୍ଗ୍ ରୋଡ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଅକ୍ଟୋବର ସୁଦ୍ଧା ଆରମ୍ଭ ହେବ ବୋଲି ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ଜିଲ୍ଲାରେ ପଞ୍ଚାୟତ ସ୍ତରରେ NRGS ଏବଂ ଅନ୍ୟାନ୍ୟ ଯୋଜନାରେ ଟଙ୍କାକୁ ନେଇ ସରପଞ୍ଚ ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି । ସେହିପରି ଘଟକେଶ୍ବର ପ୍ରକଳ୍ପର ଜଙ୍ଗଲ ବିଭାଗର ଅନୁମତି ଆସିବା ପାଇଁ ବିଳମ୍ବ ହେଉଥିବା ବେଳେ ଏହାକୁ ୨୦୨୨ ଡିସେମ୍ବର ସୁଦ୍ଧା ଉକ୍ତ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଲାରେ ରଷିକୁଲ୍ୟାର କଂସାର ଗଣ୍ଡ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଆଗାମୀ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ମୁଖ୍ୟ ଶାସନ ସଚିବଙ୍କର ଏହି ଗ୍ରସ୍ତ ସମୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର, ବ୍ରହ୍ମପୁର ଉପଜିଲ୍ଲାପାଳ ୱି. କୀର୍ତ୍ତିଭାଶନଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ଶନିବାର ଗଜପତି ଜିଲ୍ଲା ଗ୍ରସ୍ତ କରି ଛେଳିଗଡ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details